ଖୋର୍ଦ୍ଧା : ମହାମାରୀ କରୋନାକୁ ମୁକାବିଲା କରିବାରେ କେଉଁମାନେ ଅହରହ ନିଜ ଜୀବନକୁ ବାଜି ଲଗାଇ ନିରବଛିନ୍ନ ଓ ନିଃସ୍ୱାର୍ଥପର ଭାବରେ ସେବା କରି ଚାଲିଛନ୍ତି ବାସ୍ତବିକ ସେମାନେ ହିଁ କରୋନା ଯୋଦ୍ଧା । ତାଲାବନ୍ଦ ସମୟରେ ପୋଲିସ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯେଭଳି ଖରା ତରାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି କହିବାକୁ ଗଲେ ସେମାନେ ହିଁ ପ୍ରଂଶସାର ପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଦ୍ଧାଙ୍କ କାର୍ଯ୍ୟ କରିବାର ମନୋବଳକୁ ବଢାଇବା ପାଇଁ ଏବଂ ଉସôାହିତ କରିବା ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ମର୍ମରେ ସର୍ବତ୍ର କରୋନା ଯୋଦ୍ଧାମାନଙ୍କୁ ବିଭିନ୍ନ ସଂଗଠନ ତରଫରୁ ସମ୍ମାନିତ କରାଯାଉଅଛି ।

ଏହି ପରିପେକ୍ଷୀରେ ଭାରତୀୟ  ଜନତାପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ପାର୍ଥୀ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଜଙ୍କିଆଥାନା ପରିସରରେ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ଏବଂ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମ·ରୀମାନଙ୍କୁ ଉପଢୋ÷କନ ଓ କୃତଜ୍ଞତା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଏବଂ ରାଜ୍ୟ ପ୍ରବକ୍ତା ସୋନାଲି ସାହୁଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ଦାଶରଥୀ ଶ୍ରୀଚନ୍ଦନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଦକ୍ଷିଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ ଓ ବଡ଼ପୋଖରୀଆ ମଣ୍ଡଳ ସଭାପତି ବିପିନ ପାଲଟାସିଂହ, ନରଣଗଡ଼ ସମିତି ସଭ୍ୟ ଅମରେନ୍ଦ୍ର ବଳିଆରସିଂହ, ଯୁବମୋର୍ଚ୍ଚା ସଭାପତି ସୋ÷ଭାଗ୍ୟ ରଂଜନ ରାୟସିଂହ, ସମାଜ ସେବୀ କିଶୋର ବରାଳ, ପୂର୍ବତନ ମଣ୍ଡଳ ସଭାପତି ରମାକାନ୍ତ ଜେନା, ଯୁବ ନେତା ହରେକୃଷ୍ଣ ମହାନ୍ତି, ସଚ୍ଚିକାନ୍ତ ଗୁମାନସିଂହ ଓ ଅରୂପ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here