ଭୁବନେଶ୍ୱର : ଧାନମଣ୍ଡି ଖୋଲିବାରେ ବିଳମ୍ବ ଏବଂ ମୋଦି ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରେ ଧାନ କିଣାନଯିବା ପ୍ରତିବାଦରେ ଆଜି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ସଚିବାଳୟ ଘେରାଓ କରିବା ସହ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ବିଭାଗ ମନ୍ତ୍ରୀଙ୍କ କୁଶପୁତଳିତା ଦାହ କରିଛନ୍ତି । ଚାଷୀର ଧାନକୁ ରାଜ୍ୟସରକାର କିଣିବା ଦାବି କରି ଅଭିନବ ଉପାୟରେ ସଚିବାଳୟ ସାମ୍ନାରେ ଧାନମଣ୍ଡି ଖୋଲି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚାଷୀ ବିରୋଧୀ ନୀତିକୁ ଦୃଢ ବିରୋଧ କରିଛନ୍ତି ହଜାର ହଜାର ଚାଷୀ । ବିରୋଧୀଙ୍କ ବନ୍ଦକୁ ଖାତିର ନକରି ନିଜର ଅଧିକାର ପାଇଁ ଚାଷୀ ରାଜରାସ୍ତାରେ ବସଥି ିବାବେଳେ ମୁଖ୍ୟମନ୍ତ୍ରୀ ସଦଳବଳେ ଦିଲ୍ଲୀ ପିକନିକରେ ଯାଇଛନ୍ତି ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବାଜି ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟସରକାର ବିଭିନ୍ନ ଆଳ ଦେଖାଇ ଧାନମଣ୍ଡି ଖୋଲିବାରେ ବିଳମ୍ବ କରିଚାଲିଛନ୍ତି । ଚାଷୀ ପରିବାର
ହତାଶ ହୋଇ ନିଜ ଧାନକୁ ଶାଗ ମାଛ ଦରରେ ଦଲାଲକୁ ବିକିବାକୁ ବାଧ୍ୟ ହୋଇଛି । ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ
ଦିନ ଜଟିଳ ହେଉଥିବାବେଳେ ରାଜ୍ୟସରକାର ଚାଷୀ ପ୍ରସଙ୍ଗକୁ ଗୁରୁତ୍ୱ ନଦେଇ ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି । ଦୀର୍ଘ ୧୯ ବର୍ଷ
ପରେ ବି ଘୋଷଣା ସର୍ବସ୍ୱ ବିଜେଡି ସରକାର ଚାଷୀଙ୍କ ପାଇଁ ଗୋଟିଏ ଯୋଜନା ଲାଗୁ ନକରି ମିଥ୍ୟା ପ୍ରତିଶୃତି ଦେଇଚାଲିଛି ବୋଲି ଶ୍ରୀ
ମହାନ୍ତି କହିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀ ମାନଙ୍କର ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ । ମାତ୍ର ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ ତ କେଉଁଠି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ଚାଷୀ ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 ଧାନ କିଣିବା ଦାବି କରି ସଚିବାଳୟ ସାମ୍ନାରେ ବିଜେପି ଖୋଲିଲା ଧାନମଣ୍ଡି
 ବିରୋଧୀଙ୍କ ବନ୍ଦକୁ ଖାତିର ନକରି ହଜାର ହଜାର ଚାଷୀ କଲେ ପ୍ରତିବାଦ
 ହକ୍ ପାଇଁ ଚାଷୀ ରାଜରାସ୍ତାରେ, ମୁଖ୍ୟମନ୍ତ୍ରୀ ସଦଳବଳେ ଦିଲ୍ଲୀ ପିକନିକରେ
 ଅଗଣତାନ୍ତ୍ରିକ ଉପାୟରେ ଗିରଫ କଲା ପୋଲିସ
 ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍ କେବେ ମିଳିବ?
 ରାଜ୍ୟସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ
 କାଳିଆ ଯୋଜନା ନାଁରେ ଚାଷୀମାନଙ୍କୁ ଭଣ୍ଡାଉଛନ୍ତି ରାଜ୍ୟସରକାର
 ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ଯୋଗାଣମନ୍ତ୍ରୀ?
 କୃଷି କମିଶନ ୨୦୧୨ରେ ତିଆରି ହୋଇଥିବା ସତ୍ୱେ କୃଷକ କଲ୍ୟାଣ ରିପୋର୍ଟ ସର୍ବଜନୀନ କରିବେ କେବେ ?

ରାଜ୍ୟସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଓ ଚାଷୀ ଶୋଷଣ କାରଣରୁ ସାରା ରାଜ୍ୟରେ ଧାନଚାଷୀ ମାନେ ଅଭାବୀ ଧାନ ବିକ୍ରିର
ଶିକାର ହୋଇ ମୋଦୀ ସରକାର କୁଇଟାଂଲ ପ୍ରତି ୧୭୫୦ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି । ଚାଷୀ ଧାନ ଅମଳ କରି ବିକିବାକୁ
ବସିଥିବା ବେଳେ ମଣ୍ଡି ଖୋଲିନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ
ନିଜ ହକ୍ ପାଇବାର ବଂଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ
ଉପରେ ବୋନସ୍ ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏଯାବତ୍ ଦେଇନାହାଁନ୍ତି । କୃଷକଙ୍କ ପାଇଁ ନବୀନ ପଟ୍ଟନାୟକ ଦେଇଥିବା
ପ୍ରତିଶୃତି ନରଖି ରାଜ୍ୟ ବିଜେଡ଼ି ସରକାର କୃଷକ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟରୁ ଦେଢଗୁଣ ମୂଲ୍ୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହିସାବରେ ମୋଦି ସରକାର ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦ୍ରିକାରେ କାହିଁକି ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏ ସମ୍ବନ୍ଧରେ ଓଡ଼ିଆ ଚାଷୀମାନେ ରାଜ୍ୟସରକାରଙ୍କୁ ଜବାବ ମାଗୁଛନ୍ତି । ୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ନଯିବା ଗତ ବର୍ଷରୁ ମଣ୍ଡି ଜଗି ଥିବାବେଳେ ବିଜେପି ତଥ୍ୟ ପ୍ରମାଣ ସରକାରଙ୍କୁ ଦେଇଛି । ଯୋଗାଣ ବିଭାଗ ଚାଷୀ ସ୍ୱାର୍ଥ କଥା ପାଟିରେ କହି ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । କୃଷି କମିଶନ ୨୦୧୨ରେ ତିଆରି ହୋଇଥିବା ସତ୍ୱେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ସର୍ବଜନୀନ ହୋଇନାହିଁ ଓ ଏହାର ସୁପାରିସ୍ କେବେ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି । ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା ନାହିଁ । କୃଷି ମିଶନ, ଆଳୁ, ପିଆଜ ମିଶନ ମରୁଡି ସମସ୍ୟା, ବାତ୍ୟା ଜନିତ କ୍ଷୟକ୍ଷତି ଦେବାରେ ରାଜ୍ୟସରକାର ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ । ଓଡ଼ିଶାର ପରିଶ୍ରମୀ କୃଷକ ଅମଳ କରିବାକୁ ସକ୍ଷମ ହୋଇଥିବାବେଳେ ସରକାରୀ ଉଦାସୀନତା ତାର ଅଂଟା ଭାଙ୍ଗି ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ୱାରା କମ୍ ଦରରେ ଧାନ କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି । ବିଜେଡି ସାସଂଦ ପ୍ରଶନ୍ନ ଆର୍ଚାଯ୍ୟ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜିଲ୍ଲାରେ ଧାନର ସବୁଠୁ ଅଧିକ ଅଭାବି ବିକ୍ରି କରାଯାଉଛି । ଦୀର୍ଘଦିନ ତଳୁ ମୁଖ୍ୟମନ୍ତ୍ରୀ କୃଷି ଋଣ ଛାଡ଼ ସରକାରଙ୍କ ବିଚାରାଧିନ ରହିଛି ବୋଲି ସର୍ବଜନୀନ ବକ୍ତବ୍ୟ ଦେଇଛନ୍ତି । ରାଜ୍ୟସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ବିକ୍ଷୋଭ ସମୟରେ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ପ୍ରଭାରୀ ଡ. ରାକେଶ ଶର୍ମା, ରାଜ୍ୟ
ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଶ୍ରୀରଂଜନ ମଙ୍ଗରାଜ, ସମୀର ପାତ୍ର, ରବି ମହାପାତ୍ର, କୃଷ୍ଣ ଜଗଦେବ, ଦିଲୀପ ସ୍ୱାଇଁ, ପ୍ରଦୀପର
ସାହୁ, କାଳୁ ଖଣ୍ଡାୟତରାୟ, ଆଶ୍ରିତ ପଟ୍ଟନାୟକ, ପ୍ରତାପ ମିଶ୍ର, ନରେନ୍ଦ୍ର ନାଥ ନାୟକ, ଶ୍ୁଭ୍ରାଂଶୁ ମୋହାନ ପାଢୀ, ଦେବାଶିଷ ହୋତା,
ତ୍ରିପୁରା ଦେହୁରୀ, ବିଶ୍ୱରଂଜନ ବଡଜେନା, ଲାଲା ମନୋଜ ରାୟ, ଦେବାଶିଷ ହୋତା, ମାନସ ଦାସ ଏବଂ ବିଜେପିର ସମସ୍ତ ମୋର୍ଚ୍ଚାର
କାର୍ଯ୍ୟକର୍ତାଙ୍କ ସମେତ ହଜାର ହଜାର ଚାଷୀ ସାମିଲ ଥିଲେ । ପୋଲିସ ଚାଷୀ ଏବଂ ଚାଷୀନେତାଙ୍କ ଉପରେ ବଳପ୍ରୟୋଗ କରିବା ସହ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି,ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲୀକ, ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡାଙ୍କୁ ପୋଲିସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here