ଭୁୁବନେଶ୍ୱର :  ତିତଲିରେ ୫୭ ହଜାର ପରିବାରଙ୍କର ଘର ଭାଙ୍ଗିଥିଲା ବେଳେ କେଉଁ ଆଧାରରେ ମାତ୍ର ୧୩ ହଜାର ପରିବାରଙ୍କୁ ପକ୍କାଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ପ୍ରଶ୍ନ କରିଛନ୍ତି ।
ନିଜେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଅଧିକାରୀମାନେ ବିଭିନ୍ନ ଗଣମାଧ୍ୟମରେ ତିତଲି ପ୍ରଭାବରେ ୫୭ ହଜାର ପରିବାରଙ୍କର ଘର ଭାଙ୍ଗିଥିବା କଥା କହିଥିଲେ । ହେଲେ ଏବେ ମୁଖ୍ୟମନ୍ତ୍ରୀ ୧୩ ହଜାର ପରିବାରଙ୍କୁ ଘର ମିଳିବାର ଘୋଷଣା କଲେ ହେଲେ ବାକି ୪୪ ହଜାର ପରିବାର କାହିଁକି ସରକାରୀ ପକ୍କାଘର ପାଇବାରୁ ବଂଚିତ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ । ଆଜି ବି ୨୦୧୩ ମସିହାରେ ହୋଇଥିବା ମହାବାତ୍ୟା ଫାଇଲିନରେ ଭାଙ୍ଗିଥିବା ଘର ପାଇଁ କ୍ଷତିପୂରଣ କି ପକ୍କାଘର ମିଳିନାହିଁ । ଆଗରୁ ରାଜ୍ୟରେ ଦଳୀୟ ଆଧାରରେ ବିଜୁ ଜନତା ଦଳର କର୍ମୀମାନଙ୍କୁ ପକ୍କାଘର ଦିଆଯାଉଥିବାର ଅଭିଯୋଗ ଆସିଥିଲା । ହେଲେ ଏବେ ଯେମିତି ଭାବେ ୫୭ ହଜାର ପରିବାରଙ୍କ ଘର ଭାଙ୍ଗିଥିବାବେଳେ ୧୩ ହଜାର ପରିବାରଙ୍କୁ ପକ୍କାଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ତାହା କଣ ଦଳୀୟ ଆଧାରରେ ସ୍ଥିର ହୋଇଛି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତିି ।
କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟବରାଦ କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ବଂଚିତ ହୋଇଥିବା ୪୪ ହଜାର ପରିବାରଙ୍କୁ ତୁରନ୍ତ ପକ୍କାଘର ଯୋଗାଇଦେବାପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here