ଆନନ୍ଦପୁର  : ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଭାଜପା ପକ୍ଷରୁ ୧୫ତାରିଖ ଗୁରୁବାର ଦିନ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରାଯାଇଛି । ସୂଚନାଯୋଗ୍ୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନ ମଣ୍ଡଳୀରେ ଆଇଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଭାଜପା ପକ୍ଷରୁ ଗୁରୁବାର ଦିନ ବ୍ରିଜ୍ଛକ ଠାରୁ ଆନନ୍ଦପୁର ଓ ଘସିପୁରା ନିର୍ବାଚନ ମଣ୍ଡଳୀର ଶହ ଶହ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଆସି ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାଜପା ହରିଜନ ମୋର୍ଚ୍ଚାର ସଭାପତି ହେମନ୍ତ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁମତି ଜେନା, କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ, ଭାଜପା ନେତା ସଂଜୟ ଜେନା ପ୍ରମୁଖ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ଏହି ଅବସରରେ ଭାଜପା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦହ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦ୍ୱାରା ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ନାରାୟଣ ବାରିକ, ମହିଳା ମୋର୍ଚ୍ଚା ସଭାପତି ବବିତା ଶତପଥି, ଗୟଳମୁଣ୍ଡା ସଭାପତି ଶତୃଘନ ମହାନ୍ତ, ଯୁବମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ଭାଜପା ନେତା ତ୍ରିଲୋଚନ ଦାଶ, ଗଗନ ସିଂ, ବାଇଧର ସାହୁ, ଶଙ୍କର୍ଷଣ ଜେନା, ଘନଶ୍ୟାମ ଜେନା, ନୃସିଂହ ଚରଣ ରାମ, ଯୁବକର୍ମୀ ରାଜେନ୍ଦ୍ର ସାହୁ, ରତ୍ନାକର ବାରିକ, ପ୍ୟାରୀମୋହନ ବାରିକ, ଅରୁଣ ଉଦୟ ନାୟକ, ବୀରକିଶୋର ଦାଶ, ସୂର୍ଯ୍ୟପ୍ରକାଶ ସାହୁ, ସଚିନ ମଲ୍ଲିକ, ଶ୍ରୀଧର ମହାନ୍ତ, ବିଜୟ ପାତ୍ର, ନାରୀନେତ୍ରୀ ଟିକିନା ଦାଶ, ରେବତୀ ଜେନା, ମନ୍ଦାକିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଶାନ୍ତଶୃଙ୍ଖଳା ରକ୍ଷା କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here