ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ର ନିଷ୍ପତି କ୍ରମେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଜନ ପରାମର୍ଶ ପଦଯାତ୍ରା ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସମୀର ଦେଙ୍କ ନେତୃତ୍ୱରେ ସକାଳ ୯ ଘଟିକାରେ ସ୍ଥାନିୟ ତିନିକୋଣିଆ ବଗିଚା ଠାରୁ ଆରମ୍ଭ ହୋଇ ସମଗ୍ର ୨୨ ଓ ୨୫ ନମ୍ବର ୱାର୍ଡ ପରିକ୍ରମା କରିଛି । ରାସ୍ତାରେ ପଦଯାତ୍ରା ଚାଲୁଥିବା ବେଳେ ସାହି ବସ୍ତିରୁ ଲୋକ ମାନେ ଉଠି ଆସି ଉତ୍ସାହର ସହିତ ପଦାଯାତ୍ରାକୁ ବିପୁଳ ସମର୍ଥନ ଜଣାଇଥିଲେ । ରାଜ୍ୟ ସରକାର କଟକ ବାସୀଙ୍କ ପ୍ରତି କରିଥିବା ଅନ୍ୟାୟ, ଅତ୍ୟାଚାର ତଥା ସ୍ଥାନିୟ ବିଧାୟକ ଓ ମେୟରଙ୍କର କଟକ ବାସୀଙ୍କ ପ୍ରତି ଥିବା ହିନ ମାନସିକତା ଏବଂ କଟକରେ ଉପୁଜିଥିବା ବିଭିନ୍ନ ସମସ୍ୟା ଯେପରିକି ରାସ୍ତାଗାଟ, ପରିମଳ ବ୍ୟବସ୍ଥା, ମଶା ଉପଦ୍ରବ ଓ ଜଣ୍ଡିସ ରୋଗରେ ସମଗ୍ର କଟକ ସହର ଆକ୍ରାନ୍ତ ହୋଇଥିବା ବେଳେ ସ୍ଥାଣୁ, ଅପାରଗ, ଅନ୍ଧ, ମୂକ, ବଧିର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ ନକରି ନିଜର ବିଫଳତାକୁ ଲୁଚାଇବାକୁ ଶୃଷ୍ଟି କରିଥିବା କିଛି ନକଲି ଯୋଜନା ମାଧ୍ୟମରେ ସାଧାରଣ ଜନତାଙ୍କୁ କେବଳ ଭୂଆଁ ବୁଲାଇବାରେ ଲାଗିଛି । କଟକ ସହରର ଜନସାଧାରଣ ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଆଗାମୀ ନିର୍ବାଚନରେ ଏହାର ଦୃଢ ଜବାବ ଦେବେ ବୋଲି ପ୍ରତିବାଦ ସ୍ୱରୂପ ଏହି ପରାମର୍ଶ ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନଗର ଜିଲ୍ଲା ସଭାପତି ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ସଧାରଣ ସମ୍ପଦକ ଦୟାନିଧି ଲେଙ୍କା, କର୍ପୋରେଟର ଚିତରଞ୍ଜନ ଦାସ, ସ୍ମୃତି ପଟ୍ଟନାୟକ, ଗୀତା ଦାସ, ଆଲ୍ଲାଦିନ ପରିଜା, ରାଜେନ୍ଦ୍ର ସାମଲ, ଲଲାଟେନ୍ଦୁ ବଡୁ, ରଶ୍ମୀରେଖା ଦାସ, କଳ୍ପନା ପଟ୍ଟନାୟକ, ଗିତାଞ୍ଜଳି ବେଉରା, ଲଲାଟେନ୍ଦୁ ଦାସ, ଦେବାଶିଷ ରାୟ, ହରପ୍ରଶନ୍ନ ଦାସ, ଜିତେନ ବେହେରା, ଅକ୍ଷୟ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ସଭାପତି ଜ୍ୟୋତି ରଞ୍ଜନ ପଲାଇ, ସୟଦ ସାହାନୱାଜ ଅଲ୍ଲୀ ଙ୍କ
ସମେତ ସତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here