ଛତ୍ରପୁର : ଭାରତୀୟ ଜନତା ପାର୍ଟୀ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ପୁତିଗୋପାଳପୁର ସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବନେତା ତଥା ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲାା ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ଡାକ୍ତର ପଦବୀ ପୂରଣ କରିବା ସହ ସମସ୍ତ ଡାକ୍ତର ମାନେ ହେଡକ୍ୱାର୍ଟର ରହିବା । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଡାକ୍ତର ମାନେ ଡାକ୍ତର ଖାନାରେ ରହିଥିବା ନିରାମୟ ଔଷଧ ଲେଖିଛନ୍ତି । ତାହା ରୋଗୀଙ୍କୁ କାଟୁ କରୁନି । ଯାହାଫଳରେ ରୋଗୀ ମାନେ ହଇରାଣର ସମ୍ମୁଖୀନ ଘରୋଇ ମେଡିକାଲରେ ଅଯଥା ଖର୍ଚ୍ଚାନ୍ତର ଶୀକାର ହେଉଛନ୍ତି । ତେଣୁ ରୋଗୀଙ୍କ ସ୍ୱାର୍ଥକୁ ରଖି ଆବଶ୍ୟକ ଅନୁଯାୟୀ ଔଷଧ ନିରାମୟ କେନ୍ଦ୍ରରେ ବିତରଣ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ଦୀର୍ଘଦିନ ହେଲା ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଦାବୀ କରାଯାଉଥିଲେ ମଧ୍ୟ ଏହା ରାଜନୈତିକ କରଣ କରାଯାଇ ଏପର୍ଯ୍ୟନ୍ତ କରାଯାଇ ନାହିଁ । ଏହାକୁ ତୁରନ୍ତ ଖୋଲା ଯାଉ । ଛତ୍ରପୁର ଠାରେ ଅବ୍ୟବସ୍ଥାରେ ଥିବା ସମସ୍ତ ଶୈଚାଳୟର ପୁର୍ନରଉଦ୍ଧାର କରାଯାଉ । ଛତ୍ରପୁର ଏନଏସିରେ ପାନୀୟ ଜଳ ବ୍ୟବସ୍ଥା କରାଯାଉ । ଛତ୍ରପୁର ଏନଏସି କୁ ମୁନିସିପାଲଟି କରାଯାଉ । ସ୍ଥାନୀୟ କଲେଜ ଛକ ଓ ଡିଆରଡିଏ ଛକ ଠାରେ ଓଭରବ୍ରିଜ ନିର୍ମାଣ କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଗୃହ ପ୍ରଧାନ କରାଯାଉ । ଏହାକୁ ରାଜନୈତିକ ନକରି ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉ । ଏନଏସିର ଟ୍ରେଡ ଲାଇସେନ୍ସ ମାନଙ୍କ ଠାରୁ ସରକାରଙ୍କ ନୀୟମ ଅନୁଯାୟୀ ଟିକସ ଆଦାୟ କରାଯାଉା । ମନ ମୁତାବକ ଟିକସ ଆଦାୟ ବନ୍ଦ କରାଯାଉ । ଛତ୍ରପୁର ବ୍ଲକ ଓ ଏନଏସିରେ ବୃଦ୍ଧ /ବୃଦ୍ଧା ମାନଙ୍କୁ ୭୫ବର୍ଷରୁ ଉଦ୍ଧ୍ୱର୍ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳୁନି ତେଣୁ ଏହାର ସଠିତ୍ ଇନକ୍ୱୁଆରୀ କରି ହିତାଧିକାରୀ ମାନଙ୍କୁ ଚୟନ କରି ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଉ । ମୃତ ହିତାଧିକାରୀ ମାନଙ୍କୁ ବାଦ୍ କରାଯାଇ ନୂତନ ହିତାଧିକାରୀ ମାନଙ୍କୁ ସଂଯୋଗ କରାଯାଉ । ଛତ୍ରପୁର ଏନଏସିର ଲୋକସଂଖ୍ୟା ବୃଦ୍ଧି ହୋଇଥିବାରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଆଉ ଗୋଟିଏ ଦୈନିକ ପରିବାର ମାର୍କେଟ ନିର୍ମାଣ କରାଯାଉ । ଚାଷୀମାନଙ୍କ ସୁବିଧା ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ ୱାଇଜ୍ ଶୀତଳ ଭଣ୍ଡାର କରାଯାଉ । ଜିଲ୍ଲାରେ ବିଭିନ୍ନ ଗାଁ ରେ ବିନା ଲାଇସେନ୍ସ ମଦ ଦୋକାନ ଗୁଡିକ ଛତୁ ଫୁଟିଲା ଭଳି ଖୋଲାଯାଇଛି । ଏହାକୁ ତଦନ୍ତ କରି ତୁରନ୍ତ ବନ୍ଦ କରାଯାଉ । ମଦଭେଣ୍ଡର ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଛତ୍ରପୁର ଏନଏସିର ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ଇପିଏଫ, ଇଏସଆଇ ଏବଂ ବୀମା ପଂଜିକରଣ କରାଯାଉ । ଏହା ସହିତ ବିଭିନ୍ନ ଦାବୀ ଉପରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲାା ଏହି ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ବଡ ଧରଣର ଆନେ୍ଦାଳନ ହେବ ବୋଲି ଶ୍ରୀ କର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀେôର ଛତ୍ରପୁର ଏନଏସିର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ(ସନ୍ତ), ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ପୂର୍ବତନ ଛତ୍ରପୁର ଏନଏସିର ଉପଧ୍ୟାକ୍ଷ ବସନ୍ତ କୁମାର ବେହେରା ଓ ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ଡି.ସୁରେଶ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ କହିଥିଲେ ।

LEAVE A REPLY

Please enter your comment!
Please enter your name here