ଭୁବନେଶ୍ବର: ଯାଜପୁର ଜିଲ୍ଳାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ୩ ଦଫା ଦାବି ନେଇ ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରୁଥିବା ଜଣାପଡିଛି । ବିଜେପି ମହିଳା ମୋର୍ଚ୍ଚା ତରଫରୁ , ଯାଜପୁର ଏସ୍ ପି ଓ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ସହିତ ସ୍ମିତାରାଣୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରାଯାଇଛି।

ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଅଭିଯୋଗ ଆଣିଛନ୍ତି । ମହିଳା କମିସନ ଅଧ୍ୟକ୍ଷା ତଦନ୍ତ ନକରି ମାମଲା ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here