ଭୁବନେଶ୍ୱର : ମୋଦି ସରକାରର ଦ୍ୱିତୀୟ ପାଳିର ଶହେ ଦିନରେ ଓଡ଼ିଶାକୁ ମିଳିଛି ୧୬ହଜାର ୬୦୫.୨କୋଟି ଟଙ୍କା। ଶହେ ଦିନ ପୂରଣ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନସୁକ୍ ମଣ୍ଡଭିୟା।

ବାତ୍ୟା ଫୋନି ପାଇଁ ଓଡ଼ିଶାକୁ ୪ହଜାର ୬୭୮.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କାମ୍ପା ଫଣ୍ଡରେ ୫ହଜାର ୯୩୩.୯୮କୋଟି ଓ ରେଲୱେ ବଜେଟରେ ଓଡ଼ିଶାକୁ ୫ହଜାର ୯୯୩କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ର ସରାକରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବା ଏବଂ ବାତ୍ୟାରେ ବାରମ୍ବାର ଓଡ଼ିଶା କ୍ଷତି ସହୁଥିବାରୁ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ଇନଫାଷ୍ଟ୍ରକଚର ତିଆରି କରିବା ପାଇଁ ମନସୁକ୍ ମଣ୍ଡଭିୟା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସେ ମୋଦି ସରକାରର ଶହେ ଦିନର ସମସ୍ତ ଯୋଜନା ଓ ନିଷ୍ପତ୍ତି  ସଂପର୍କରେ ସୂଚନା ଦେଇଥିଲେ।  ବିଶେଷକରି ମୋଦି ସରକାର ଦ୍ୱିତୀୟ ପାଳିରେ ଗୁରୁତ୍ୱପୂର୍ଣ୍ଣ ତିନ୍ ତଲାକ ବିଲ୍ ପାରିତ କରିବା ସହ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଏବଂ  ୩୫ ଏ ଉଚ୍ଛେଦ ପରି ବଡ଼ ନିଷ୍ପତ୍ତି ନେଇଥିବା ମନସୁକ୍ ମଣ୍ଡଭିୟା କହିଥିଲେ।

LEAVE A REPLY

Please enter your comment!
Please enter your name here