ଗତ ୫ ବର୍ଷ ଶାସନରେ ଅନୁସୁଚିତ ଜାତି ବର୍ଗଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ବହୁ କଲ୍ୟାଣମୂଳକ ଯୋଜନାର ସଫଳ କାର୍ଯ୍ୟନ୍ୱୟନ କରିଛନ୍ତି । ବିଶେଷ କରି ଅନୁସୁଚିତ ଜାତି ବର୍ଗ ବିଶେଷଙ୍କ ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ପାଇଁ ଗତ ୫ ବର୍ଷର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୃଢ ପ୍ରତିଶୃତିବଦ୍ଧ ବୋଲି ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଓ ରେଳଯାତ୍ରୀ ସେବା କମିଟିର ଚେୟାରମେନ ଶ୍ରୀ ରମେଶ ଚନ୍ଦ୍ର ରତନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ରତନ କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଦେଶରେ ରେଳ ବିଭାଗରେ ବହୁ କାର୍ଯ୍ୟ ହେବା ସହ ରେଳଯାତ୍ରୀଙ୍କ ସୁବିଧା ପାଇଁ ବହୁ ଦୃଷ୍ଟାନ୍ତମୁଳକ କାର୍ଯ୍ୟ କରିଛନ୍ତି । ବିଶେଷ ଭାବେ ରେଳଯାତ୍ରୀଙ୍କ ସୁରକ୍ଷା, ଖାଦ୍ୟ, ଶୈାଚାଳୟ, ବିଭିନ୍ନ ମୈାଳିକ ଭିତିଭୁମିର ବହୁ ବିକାଶ ହୋଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ମୋର୍ଚ୍ଚାର ରାଜ୍ୟ ସଭାପତି ସୁଶାନ୍ତ ମଲ୍ଲିକ, ପଂଚାନନ ରାଉତ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here