ଭୁୁବନେଶ୍ୱର, ତା.୧୨/୦୪: ବିଜେଡି ବେନିୟମ ଭାବେ ଭୁବନେଶ୍ୱର ସାରା ପୋଷ୍ଟର ଓ ହୋଡିଂ ଲଗାଇଛି । “ହକ୍ ମାଗୁଛି ଓଡିଶା” ପୋଷ୍ଟରକୁ ବିଜେଡି ବେଆଇନ ଭାବେ ଭୁବନେଶ୍ୱରର ଜୟଦେବ ବିହାର ଛକରୁ ନନ୍ଦନକାନନ ଏବଂ ବନଦୁର୍ଗା ମନ୍ଦିର ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ ଲଗାଇଛି । ସହରରେ ଥିବା ରାଜ୍ୟସରକାରଙ୍କ ଟ୍ରାଫିକ ପୋଷ୍ଟ ଏବଂ ବିଦ୍ୟୁତ ଖୁଟଂମାନଙ୍କରେ ଏହି ବେନିୟମ ପୋଷ୍ଟର ଲଗାଇ ବିଜେଡି ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରିଛି । ଆଦର୍ଶ ନିର୍ବାଚନ ଆଚରଣ ବିଧି ନିୟମାନୁଯାୟୀ ଚାପ୍ଟର ୧୨ ନିୟମ ୧୨.୩.୧ ଅନୁଯାୟୀ ଏହା ଆଇନତଃ ଅପରାଧ । କୌଣସି ସରକାରୀ ସମ୍ପତିରେ କୌଣସି ପୋଷ୍ଟର ମରାଯିବା କଥା ନୁହେଁ । ଏହାକୁ ବିଜେଡି ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଥିବାରୁ ଏହାର ପ୍ରତିବାଦରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଘଟଣାରେ ସଂପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି । ସରକାରୀ ସମ୍ପତି ମାନଙ୍କରେ, ଟ୍ରାଫିକ ସିଗନାଲ ଏବଂ ବିଦ୍ୟୁତ ଖୁଟଂମାନଙ୍କରେ ବେଆଇନ ପୋଷ୍ଟରକୁ ହଟାଇବା ପାଇଁ ମୁଖ୍ୟ ନର୍ବାଚନ ଅଧିକାରୀ ବିଏମସିକୁ ପରାମର୍ଶ ଦିଅନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।
ସେହିପରି ଗତକାଲି ବ୍ରଜରାଜନଗରରେ ବିଜେପିର ଜଣେ କାର୍ଯ୍ୟକର୍ତାଙ୍କୁ ବିଜେଡି ଗୁଣ୍ଡାମାନେ ମାଡ ମାରି ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଦ୍ୱାରା ବିଜେପି କର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏଥିପାଇଁ ବ୍ରଜରାଜନଗର ଥାନାରେ କେସ ନଂ ୧୧୫/ ୨୦୧୯ ଏବଂ ୧୧୬/୨୦୧୯ ଏତଲା ଦିଆଯାଇଛି । ଆହତ ହୋଇଥିବା ବିଜେପି କର୍ମୀଙ୍କ ଫଟୋକୁ ପ୍ରମାଣ ଅକାରରେ ଦିଆଯାଇଛି । ଏହି ଘଟଣାର ତଦନ୍ତ ତୁରନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛି ଏହି ପ୍ରତିନିଧି ଦଳ ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା, ଏବଂ ପ୍ରବକ୍ତା ଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here