ଭୁବନେଶ୍ୱର,୧୨ ଏପ୍ରିଲ – ଦେଶରେ ଏବେ ମୋଦୀ ଲହର ·ଲିଛି । ଓଡ଼ିଶାରୁ ନବୀନ ବାବୁଙ୍କୁ ବିଦା କରିବା ଦରକାର । ଜଣେ ଓଡ଼ିଆ କହିପାରୁଥିବା ଲୋକକୁ ମୁଖ୍ୟମନ୍ତ୍ରୀ କରିବା ଦରକାର । ୧୯ ବର୍ଷ ହେଲା ନବୀନ ସରକାର ଓଡ଼ିଶାରେ ଅଛନ୍ତି, କିନ୍ତୁ ଏଠି ପିଇବା ପାଣି ମିଳୁନି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ନବୀନ ବାବୁ ଖଣି ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି । ତାଙ୍କ ପାଖରେ ଥିବା ବାବୁଲୋକ ଭ୍ରଷ୍ଟା·ର କରୁଛନ୍ତି, ନବୀନ ନିର୍ବିକାର । ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।
ଅପରପକ୍ଷରେ ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ଏବଂ କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ । ଥରେ ବିଜେପିକୁ ଦାୟିତ୍ୱ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶା ୧ ନମ୍ବର ହେବ । ଏଥିସହ କେନ୍ଦୁଝରରେ ଇସ୍ପାତ କାରଖାନା କରାଯିବ । ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଯିବ ବୋଲି ଶ୍ରୀ ଶାହା ଘୋଷଣା କରିଛନ୍ତି ।
ଶୁକ୍ରବାର କେନ୍ଦୁଝର ମେଡିକାଲ କଲେଜ ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ସାହା ରାଜ୍ୟ ସରକାର ଓ ନବୀନଙ୍କୁ ଜୋରଦାର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ (ଡିଏମଏଫ୍)ରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ମଞ୍ଜୁର କରାଯାଇଛି । କେନ୍ଦୁଝର ମେଡିକାଲ୍ କଲେଜ ଡିଏମଏଫ୍ ପାଣ୍ଠିରେ ହେଉଛି । ମୋଦି ମେଡିକାଲ୍ ପାଇଁ ପାଣ୍ଠି ଦେଲେ । ହେଲେ ନବୀନ ·ରେଣୀଟି ବି ଦେଲେନି । ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବି ମୋଦି ସରକାର କରିଛନ୍ତି । ଓଡ଼ିଶା ପାଖରେ ଏତେ ଖଣିଜ ସମ୍ପଦ ଥାଇ ବି ଓଡ଼ିଶା ଲୋକ ଗରିବ ଅଛନ୍ତି ।
ଏହି ସଭାରେ କେନ୍ଦୁଝରର ବିଜେପି ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ ,ବିଧାୟକ ପ୍ରାର୍ଥୀ ମୂରଲୀ ଶର୍ମା , ଆଲୋକ ସେଠୀ , ପୃଥ୍ୱୀରାଜ କୁଅଁର , ଭବାନୀ ଶଙ୍କର ନାୟକ , ଧନୁର୍ଜୟ ସିଦ୍ଧୁ , ପଦ୍ମଚରଣ ହାଇବ୍ରୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here