ଭୁୁବନେଶ୍ୱର, ତା ୧୨/୦୪: ସାଧାରଣ ନିର୍ବାଚନ ପୂର୍ବରୁ ମୟୁରଭଂଜ ଜିଲ୍ଲାର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନୀ ପ୍ରଚାରକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ପ୍ରଚାର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।
ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରବୀଣ ଭଂଜଦେଓ ଉକ୍ତ କମିଟିର ଅଧ୍ୟକ୍ଷ ଦାୟୀତ୍ୱ ତୁଲାଉଥିବାବେଳେ ଲକ୍ଷ୍ମଣ ଟୁଡୁଙ୍କୁ ଉପାଧ୍ୟକ୍ଷ ଦାୟୀତ୍ୱ ପ୍ରଦାନ କରାଯାଇଅଛି । ଏହି କମିଟିର ସଂଯୋଜକ ଭାବେ ରାଜ୍ୟ ପ୍ରବକ୍ତା ଜୀବନ ସାହୁ ଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ମୁର୍ମୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ସାହୁ, ସଂଜୀବ ମହାନ୍ତି, ମନୋଜ ଦାସ (ବାପି), କମଳ କୁମାର ଧଳ, ଶ୍ରୀମତୀ ପ୍ରମିଳା ପଣ୍ଡା, କବି ବିଷ୍ନୁ ଶତପଥୀ, ଚିତରଂଜନ ଦାସ, ଅବନୀ ମହାନ୍ତ, ବିରାମ ମୁର୍ମୁ, ଛୋଟେଲାଲ୍ ମହାନ୍ତ, କମଳେନ୍ଦୁ ମହାନ୍ତ ଏହି କମିଟିର ସଦସ୍ୟ ଅଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here