nalco

ବିଜେଡିର ପ୍ରତିନିଧି ଦଳ ଆଜି ଜନତା ଦଳ (ୟୁ)କୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କୁ ପାଟନାସ୍ଥିତ ତାଙ୍କ ବାସଭବନରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ଯାଦବ ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରୟାସ ଯେପରି ସଫଳ ହୁଏ । ତତ୍‍ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ କରିବା ସହିତ ପ୍ରଶଂସା କରିଥିଲେ । ଶ୍ରୀ ନୀତିଶ କୁମାର କହିଥିଲେ ଯେ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ ।
ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧିମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here