ପାରାଦ୍ୱୀପ ଝିମିଟି ଖେଳରୁ ମହାଭାରତ ପରି ଆଜି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା କୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏଭଳି ହୋଇଥିଲା ଯେ, ଉଭୟ ଉଭୟଙ୍କ ଉପରକୁ ପାଣିବୋତଲ ମାଡ ଓ ଟେକା ମାଡ କରିଥିଲେ । ଯେଉଁ ଥିରେ ଉଭୟ ପକ୍ଷ୍ୟର ୬ଜଣ ଆହାତ ହୋଇଛନ୍ତି । ସୂଚନା ଯୋଗ୍ୟ କି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାରେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦର୍ଶାଇ ବିଜେପି ଗତ ୪ଦିନ ହେବ ପାରାଦ୍ୱୀପ କ ପୌରପରିଷଦ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିହିଥିଲା ବେଳେ ବିଜେଡି ଆଜି ଉକ୍ତ ଧାରଣା ସ୍ଥଳକୁ ଯାଇ ଏହାର ଦୃୃଢପ୍ରତିବାଦ କରିଛି । ଫଳରେ ଉଭୟ ଦଳ ମଧ୍ୟରେ ଠେଲା ପେଲା, କଥା କଟାକଟି, ପାଣିବୋତଲ ଓ ଟେକାମାଡ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଛି । କେବଳ ଟେଣ୍ଡର ପ୍ରକ୍ରିୟା ନୁହେଁ ପାରାଦ୍ୱୀପ ପୌର ପରିଷଦରେ ବ୍ୟାପକ ଦୃର୍ନିତି ହୋଇଥିବା ବିଜେପି ଡାକବାଜୀ ଯନ୍ତ୍ରରେ ଚିଲେଇ ଚିଲେଇ କହୁଥିବା ବେଳେ ବିଜେଡି ମଧ୍ୟ ବିଜେପି ଦଳ ର ନେତାକୁ ଆଇଓସିଏଲ ରୁ ଲୁଟି ଖାଉଥିବା ଚିଟ୍ ଫଣ୍ଡ ରେ ସଂପୃକ୍ତ ଥିôବା ଲୋକ ଏବେ କୁଜି ନେତା ସାଜିଥିବା କୁହୁଥାନ୍ତି । ପରଷ୍ପର ପରଷ୍ପର କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ମାତ୍ର ୫ଫୁଟ ବ୍ୟବଧାନରେ ସୋଦା ଗାଳି କରିିବାକୁ ପଛାଉନଥାନ୍ତି । ଉଭୟ ପକ୍ଷ୍ୟରେ କର୍ମୀ ମାନେ ନିଜ ନିଜ ଦଳର ପତାକା କୁ ଧରୀ ମାତ୍ର ଅଳ୍ପଦୂରତା ବ୍ୟବଧାନରେ ଥିବା ବେଳେ ପୋଲିସ ମଝିରେ ଥିôବା ମଧ୍ୟ ଦେଖାଯାଇଥିଲା । ନିଜେ ଅତିରିକ୍ତ ଆରକ୍ଷୀଅଧିକ୍ଷକ ବିଷ୍ଣୁ ମିଶ୍ରଙ୍କ ସମେତ ୪ଜଣ ଆଇଆଇସି ଓ ତହସିଲ୍ଦାର ଏବଂ ୩ ପ୍ଳାଟୁନ ପୋଲିସ ଫୋସ ଜଗିରହିଥିବା ବେଳେ ପାଣି ବୋତଲ ଓ ଟେକା ମାଡ ଆରମ୍ଭ ହୋଇଥିଲା । ପୋଲିସର ବୁଝାସୁଝା ପରେ ବିଜେଡି କର୍ମୀମାନେ ସେଠାରୁ ଚାଲିଆସିଥିବା ବେଳେ ବିଜେପି ପୂର୍ବପରୀ ଏବେ ମଧ୍ୟ ତାର ଧାରଣା ଜାରୀ ରଖିଛି , ତେବେ କଳିଙ୍ଗ ବାଲିଯାତ୍ରା ଏକ ଐତିହ୍ୟ ସମ୍ପର୍ଣ୍ଣ ଯାତ୍ରା, ଯାହା କଳିଙ୍ଗର ପୂର୍ବ ସୁରୀ ମାନଙ୍କର ବାର୍ତ୍ତା ବହନ କରି ଏ ଜାତିକୁ ତାର ଇତିହାସ ସମ୍ପର୍କରେ ଚେତେଇ ଦେଇଥାଏ, ଏଭଳି ଯାତ୍ରା କୁ ନେଇ ଦୁଇଦଳର ରାଜନୈତିକ ଛକା ପଞ୍ଝା ଭି

LEAVE A REPLY

Please enter your comment!
Please enter your name here