ଭୁବନେଶ୍ୱର, ୨୬ ଡିସେମ୍ବର – ଦୁର୍ନୀତି ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ । କେନ୍ଦ୍ରରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଥାଇ ତାଙ୍କ ନିଜ ଭାଇ ଚଳାଇଥିବା ଏକ ଗ୍ୟାସ୍ ଏଜେନ୍ସିରେ କଳାବଜାରୀ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ନିଜକୁ ରକ୍ଷା କରିବାକୁ ହାଇକୋର୍ଟରେ ତାଙ୍କୁ ଜାମିନ ଆବେଦନ କରିବାକୁ ପଡିଥିଲା । ତେଣୁ ଶ୍ରୀ ପ୍ରଧାନ ପ୍ରସଂଗକୁ ନଏଡାଇ ବରଂ କୋଲ୍ ରୟାଲିଟି ସଂଶୋଧନ, ମହାନଦୀ ଓ ଅନ୍ୟ କେତେକ ବିଷୟ ଉପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସହିତ କେନ୍ଦ୍ର ସରକାରଙ୍କ ସମର୍ଥନ ନଥିବା ସଂପର୍କରେ ନିଜର ସ୍ପଷ୍ଟ ମତ ଦେବା ଦରକାର ବୋଲି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here