ଭୁବନେଶ୍ୱର, ୨୬ ଡିସେମ୍ବର – ଓଡିଶାର ବିକାଶ ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କ ସମୟରେ ଇକୋନୋମିକ୍ ଅଟୋନୋମି ଉଠାଇଥିଲେ । ତାଙ୍କର ସେହି ଦାବିକୁ ମୁଁ ଆଜି ଦୋହରାଉଛି । ଏହି ଅଟୋନୋମି ମିଳିଲେ ଓଡିଶାକୁ କେନ୍ଦ୍ରର ସହାୟତାର ଆବଶ୍ୟକତା ପଡିବ ନାହିଁ । ନିଜ ପଇସାରେ ଓଡିଶା ରାଜ୍ୟର ଉନ୍ନତି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଜାତୀୟ ରାଜନୈତିକ ଦଳ ଗୁଡିକର ଓଡିଶା ପ୍ରତି କୌଣସି ଦରଦ ନାହିଁ । ସେମାନେ ଏଠାକୁ ଆସିବେ ଓ ଲୋଭନୀୟ ଭାଷଣ ଦେବେ ଏବଂ ଚାଲିଯିବେ । ୨୦୧୯ ନିର୍ବାଚନରେ ନବୀନ ବାବୁଙ୍କୁ ପଂଚମ ଥର ପାଇଁ କ୍ଷମତାକୁ ଆଣିବାକୁ ସଂକଳ୍ପ ନେବାକୁ ଦଳୀୟ ସାଂସଦ , ବିଧାୟକ ଓ ନେତାମାନେ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ ।  ବୁଧବାର ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ଦଳର ୨୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଆରମ୍ଭରୁ କେନ୍ଦ୍ର ସରକାରଙ୍କୁ ୧୦ଟି ପ୍ରଶ୍ନର ଉତର ମାଗିଥିଲେ । ରେଳବାଇର ଉନ୍ନତି ହେଉନାହିଁ । ରାଜ୍ୟ ସରକାର କେନ୍ଦ୍ରକୁ ଜମି ଦେଲେ ବି କାମ ଆଗକୁ ବଢୁନାହିଁ । ଆଗମୀ ଦିନରେ ପିଲା କେବଳ ଇତିହାସରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କଥା ପଢିବେ ବୋଲି ମନେ ହେଉଛି । ଖଣି ଟଙ୍କା ନେଇ କେନ୍ଦ୍ର ପ୍ରଦୂଷଣ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ୨୦୧୫ରେ ଖଣି ରୟାଲଟିର ରିଭିଜନ ହେବା କଥା । ଏହାଦ୍ୱାରା ରାଜ୍ୟ ୨୧ ହଜାର କୋଟି ଟଙ୍କା ହରାଇଛି । ଏଯାଏଁ କାହିଁକି ରିଭିଜନ୍ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅର୍ଥନୈତିକ ସାଧୀନତା ମାଗି ସେ କହିଛନ୍ତି, ଆମକୁ ସ୍ୱତନ୍ତ୍ର କ୍ୟାଟେଗରୀ ଦରକାର ନାହିଁ । ଆମ ଅର୍ଥରେ ଆମେ ଚଳିପାରିବୁ । ସେହିପରି ·ଷୀଙ୍କୁ ସଠିକ୍ ସମୟରେ ସହାୟତା କି ଉଚିତ୍ ମୂଲ୍ୟ ମିଳିପାରୁନାହିଁ । କାରଣ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କଲେନାହିଁ । ମାଆ ମାଉସୀମାନଙ୍କ ପାଇଁ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ଅ ।ରମ୍ଭ କରିଛନ୍ତି ହେଲେ ଏହାର କେବଳ ପ୍ର·ର ବଢିଛି । କିନ୍ତୁ ଦର ବୃଦ୍ଧି ପାଇଁ ରିଫିଲିଂ କରାଯାଉନି । ପେଟ୍ରୋଲ ,ଡିଜେଲ ଦର ବୃଦ୍ଧି ପାଉଛି । ସେହିଭଳି ଦୁଇ ବର୍ଷ ହେଲା କେନ୍ଦ୍ର ଏସସି/ଏସଟି ପିଲାଙ୍କ ଷ୍ଟାଇପେଣ୍ଡ ଦେଉନାହାଁନ୍ତି । ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଅ ।ମେ କୋର୍ଟକୁ ଯାଇଛୁ , ରାଜ୍ୟର ହକ୍ ପାଇଁ ଅ ।ମର ଲଢେଇ ଜାରି ରହିଛି । ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଲୋକେ ଏହି ରାସ୍ତାରେ ଗଲାବେଳେ କେବଳ ଭଗବାନଙ୍କ ଭରସାରେ ଯାଉଛନ୍ତି । ଉପକୂଳ ରାଜପଥ ଅବସ୍ଥା କ’ଣ ହେବ ତାହା କହିହେଉନାହିଁ । ବିମୂଦ୍ରାକରଣ ପାଇଁ ଲୋକେ ହଇରାଣ ହେଲେ । ଏଯାଏଁ ରାଜ୍ୟର ଅଧିକାଂଶ ଜାଗାରେ ବ୍ୟାଙ୍କିଂ ସୁବିଧା ଲୋକଙ୍କୁ ସଠିକ୍ ଭାବରେ ମିଳିପାରୁ ନାହିଁ । ବିଏସଏନଏଲ ନେଟୱର୍କ ଅନ୍ୟ ରାଜ୍ୟ ଭଳି ନାହିଁ । ଏହି ନେଟୱର୍କ ପାଇଁ ଗଛ ଓ କୋଠାରେ ଚଢିବାକୁ ପଡୁଛି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ଖୋର୍ଦ୍ଧା ଗୋଶାଳା ପଡିଆରେ ଦେଇଥିବା ଉଦବୋଧନରେ ରାଜ୍ୟ ସରକାରଙ୍କୁ କେତେ ଗୁଡିଏ ପ୍ରଶ୍ନ ପଚାରିଥିଲେ । ତାର ପ୍ରତି ଉତରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପାଲଟା ପ୍ରଶ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା ସଭାପତିତ୍ୱ କରିଥିଲେ । ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ ତାଙ୍କ ଦଳର ଦୀର୍ଘ ୧୯ ବର୍ଷ ଶାସନ ରାଜ୍ୟ ପାଇଁ ସଫଳତା ଆଣିଦେଇଛି । ଏହି ଦଳ ଲୋକପ୍ରିୟ ହୋଇପାରିଛି । ବିକାଶଧାରା ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ବହୁ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ କେହି ଯଦି ବାଧା ସୃଷ୍ଟି କରେ ତାକୁ ବରଦାସ୍ତ କରାଯିବ ନାହିଁ । ତାକୁ ରାଜ୍ୟଦ୍ରୋହୀ ବୋଲି ବିବେଚନାକରାଯିବ । ସାଂସଦ ବଳଭଦ୍ର ମାଝୀ କହିଥିଲେ ଯେ ନବୀନ ବାବୁଙ୍କ ପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ଦୁର୍ଗ ଭାଙ୍ଗିଯାଇଛି । ନବୀନ ପଟ୍ଟନାୟକଙ୍କ ଦ୍ୱାରା ସେମାନଙ୍କ ବିକାଶ ହେବ ବୋଲି ସେମାନେ ଉପଲବ୍ଧ କରିଛନ୍ତି । ସାଂସଦ ସରୋଜିନୀ ହେମ୍ବ୍ରମ୍ କହିଥିଲେ ଯେ ନବୀନ ବାବୁଙ୍କ ପାଇଁ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାମାନେ ରାଜନୈତିକ ଓ ଅର୍ଥନୈତିକ କ୍ଷମତା ପାଇପାରିଛନ୍ତି । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ । ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବାତ୍ୟା , ମରୁଡି ଓ ବନ୍ୟା ବେଳେ ପ୍ରଧାନମନ୍ତ୍ରୀ ଓଡିଶା ଆସୁନଥିଲେ । ଏବେ କେମିତି ଆସୁଛନ୍ତି । ବିରୋଧୀ ଦଳ ଗୁଡିକ ବିଜେଡିର କାର୍ଯ୍ୟାବଳୀରେ ଚକ୍ଷୁଶୀଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାଷଣରେ ନୁହେଁ କାମରେ ବିଶ୍ୱାସ କରନ୍ତି । ବିଜେପି ଦଳ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ କେବଳ ରାଜ୍ୟଗୁଡିକୁ ଭାଙ୍ଗି ଚାଲିଛନ୍ତିି । ମହାନଦୀକୁ ନେଇ ରାଜନୀତି କଲେ କେନ୍ଦ୍ର ସରକାର । ଏହା ଉପରେ ନିର୍ଭର କରି ଚଳୁଥିବା ଗରୀବ ଓଡିଆ ଜାତିର ଅଭିଶାପରେ ୫ଟି ରାଜ୍ୟରେ ସେମାନଙ୍କୁ ହାରିବାକୁ ପଡିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଜୟ ମହାନ୍ତି ମଧ୍ୟ ଉଦବୋଧନ ଦେଇଥିଲେ ।
ଏବଂ ଆଗାମୀ ନିର୍ବାଚନରେ ନବୀନଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ବେଳେ ଦଳୀୟ କର୍ମୀ ମାନେ ଶଙ୍ଖ ଫୁଙ୍କି , ହୁଳହୁଳି ଓ କରତାଳି ସହ ଘଂଟ ବଜାଇ ସ୍ୱାଗତ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here