nalco

ଭୁବନେଶ୍ବର: େଗାଟିଏ କି ଦୁଇଟି ନୁହେଁ, ଗତ ପାଞ୍ଚ ବର୍ଷରେ ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପ ମଧ୍ୟରୁ ପାଖାପାଖି ୩୦ଟି ଭଲ କାମର ତାଲିକା କରାଯାଇଛି। ଏସବୁ ଲୋକଙ୍କ ନିକଟରେ ପହଞ୍ଚାଇେବ େନତା, ଛାମୁଆ କର୍ମୀ। କେବଳ ସେତିକି ନୁହେଁ, େକନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଡଜନେ ସରିକି ଅବହେଳା ସଂପର୍କରେ ବି ସମାନ୍ତରାଳ ଭାବେ ଅବଗତ କରାଇବେ। ୨୧ତମ ଜନ୍ମ ଦିନରେ ଏମିତି ଏକ େଯାଜନାକୁ ବାସ୍ତବ ରୂପ େଦବା ଲାଗି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିେଜଡି େନତାମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ବିେଜଡି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନ୍ମଦିନ ପାଳନ କରାଯିବ। ଏଠାରୁ ମୁଖ୍ୟମନ୍ତ୍ରୀ ଆସନ୍ତା ନିର୍ବାଚନ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବା ଲାଗି ମନ୍ତ୍ର ଫୁଙ୍କିବେ ଏବଂ ନିର୍ବାଚନୀ ବିଗୁଲ୍ ବଜାଇ ପାରନ୍ତି। ଜିଲ୍ଲା, ବ୍ଲକ ଆଦିସ୍ତରରେ ବି ସେମିତି ଅନୁରୂପ ଢଙ୍ଗରେ ଜନ୍ମଦିନ ପାଳିବେ। ଚତୁର୍ଥ ପାଳି ଦାୟିତ୍ବ େନବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଦିନ ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ ଡାକି ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ଲାଗି େଠାସ୍ ନିଷ୍ପତ୍ତି େନଇଥିଲେ। ସାଢେ ଚାରିବର୍ଷରେ ୧୮ଲକ୍ଷ ପକ୍କା ଘର ନିର୍ମାଣ, ବସ୍ତି ବାସିନ୍ଦାଙ୍କୁ ଜମି ସ୍ବତ୍ତ୍ବାଧିକାର, କୃଷକଙ୍କ େରାଜଗାର ବୃଦ୍ଧି, ୧୦ଲକ୍ଷ େହକ୍ଟର ଅତିରିକ୍ତ ଜଳସେଚନ, ନିଜସ୍ବ ଖାଦ୍ୟ ସୁରକ୍ଷା େଯାଜନା ଆଦି ଏହାର ଅନ୍ତର୍ଭୁକ୍ତ। କେବଳ ସେତିକି ନୁହେଁ, ୨୨ ହଜାର ୫୦୦ କିେଲାମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ, ୬୦୦ ସେତୁ ନିର୍ମାଣ, ୪ଟି ନୂଆ େମଡିକାଲ କଲେଜ, ମମତା େଯାଜନାରେ ୩୦ଲକ୍ଷ ମହିଳାଙ୍କୁ ସାମିଲ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଓଡ଼ିଆ ଭାଷା ଆଦି ରହିଛି। ଏସବୁ ସଂପର୍କରେ େଲାକମାନଙ୍କୁ ଅବଗତ କରିବା ପାଇଁ କୁହାଯାଇଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି େକ୍ଷତ୍ରରେ େକନ୍ଦ୍ର ଅବହେଳା ପ୍ରସଙ୍ଗରେ ମଧ୍ୟ କହିବା ଲାଗି ଦଳର ମୁଖିଆ ନିେର୍ଦଶ େଦଇଛନ୍ତି।

LEAVE A REPLY

Please enter your comment!
Please enter your name here