ପ୍ରଣତି ପଣ୍ଡା
ଝରୁଥିଲା ସେଦିନ ଝରଝର ହୋଇ ଧାରା ଯେ ବରଷାର
ଭିଜୁଥିଲି ପରା ନବ ଉନ୍ମାଦନାରେ ଥିଲି ମୁଁ ନିର୍ବିକାର ।
ମନ ଚାହୁଁଥିଲା ଦେଖିବାକୁ ନବ ଜାତକର କୁନି ମୁହଁ
ଗାଡି ଚାଲୁଥିଲା ଆପଣା ଗତିରେ କେମିତି କହିବି କୁହ ।
କେତେ ଯେ କଳ୍ପନା ଆସିଥିଲା ମନେ ପଡେ ସବୁ ଆଜି
ଅନିଦ୍ରା ରାତିରେ ପ୍ରଭୁଙ୍କୁ ସ୍ମରଣ ଜଗାତ ପାରିବ ବୁଝି ।
ଉଷାର ଆଗମେ ନବୀନ ସବିତା ଆସୁଥିଲେ ପରା ଉଇଁ
ଧରିତ୍ରୀ ତମସା ନାଶ କରି ସିଏ ସୁନେଲି ଆଲୋକ ଦେଇ ।
ଏ ସମୟ ଶୁଭେ କୁଆଁ କୁଆଁ ସ୍ୱର ନୂଆ ଜୀବନଟେ ନେଇ
ଆସିଚି ସେ ନୂଆ ଅତିଥି ଜୀବନେ ଆନନ୍ଦ ଭରିବା ପାଇଁ ।

LEAVE A REPLY

Please enter your comment!
Please enter your name here