ବିରଜାକ୍ଷେତ୍ର  : କରୋନା ମୁକାବିଲା ସହ ଅଗଷ୍ଟ ମାସରେ ଅନୁଷ୍ଠିତ ବନ୍ୟାକୁ ଯାଜପୁର ଜିଲ୍ଳ୍ା ପ୍ରଶାସନ ଯେପରି ସପଂଳ ଭାବେ ପରିଚାଳନା କରିଚ୍ଥନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବ ଓ ରାଜ୍ୟ ସାହାଯ୍ୟ ଆୟୁକ୍ତ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ବୋଲି ଜିଲ୍ଳ୍ା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରାରମ୍ଭରେ ଜିଲ୍ଳ୍ାପାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ବର୍ତମାନ ଜିଲ୍ଳାର କରୋନା ସ୍ଥିତି ଓ ବନ୍ୟା ପରବର୍ତୀ ଅବସ୍ଥା ସଂପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଳ୍ାରେ ସେପ୍ଟେମ୍ୱର ୭ ତାରିଖ ସୁଦ୍ଧା ୫୦୭୦ ଆକ୍ଟିଭ୍ କେଶ ବାହାରିଥିବା ବେଳେ ୨୭୭୫ ଜଣ ସୁସ୍ଥତା ଲାଭ କଲେଣି । କୋଭିଡ କେୟାର ହସ୍ପିଟାଲ, ସେଣ୍ଟର ଓ ନିଜସ୍ୱ ଗୃହ ମାନଙ୍କରେ ୨୨୭୬ ବ୍ୟକ୍ତି ଚିକିସôାରେ ରହିଚ୍ଥନ୍ତି । ତେବେ ଜିଲ୍ଳ୍ାର ଓ ଅନ୍ୟ ଜିଲ୍ଳ୍ାର ଯାଜପୁରରେ ଗୁରୁତର ଭାବେ ଚିକିସôିତ ୧୯ ଜଣଙ୍କର ମୃତୁ୍ୟ ଘଟିଥିବା ଜିଲ୍ଳ୍ା ମୁଖ୍ୟ ଚିକିସôାଧିକାରୀଙ୍କ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଥିଲା । ପଜିଟିଭ୍ରେ ୧୫ ରୁ ୫୯ ବର୍ଷ ବୟସର ଲୋକ ଅଧିକ ପ୍ରଭାବିତ ହୋଇଥିବା ଜଣାଯାଇଚ୍ଥି । ସେହିପରି ଆର.ଟି.ପି.ସି.ଆର ପରୀକ୍ଷାରେ ୮.୪୨ ଭାଗ, ରାଟ୍ରେ ୬.୩୦ ଭାଗ ଓ ଟ୍ରୁନାଣ୍ଟରେ ୧୮.୫୧ ଭାଗ ପଜିଟିଭ ରେଟ୍ ଥିବା ଜଣାଯାଇଚ୍ଥି ।

ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୭୧୮ ଜଣଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ପ୍ଳାଜମା ଦାନ ପାଇଁ ୪୧୮ ଜଣ ନିଜର ସମ୍ମତି ପ୍ରଦାନ କରିଚ୍ଥନ୍ତି । ଇତି ମଧ୍ୟରେ ୭ ଜଣ ବ୍ୟକ୍ତି ପ୍ଳ୍ାଜମା ଦାନ କରିଚ୍ଥନ୍ତି । ଜିଲ୍ଳ୍ାରେ ଡୁବୁରୀ ସ୍ଥିତ ମେଡିକା ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ପ୍ରତିଷ୍ଠା କରାଯାଇ ଗୁରୁତର କରୋନା ରୋଗୀ ମାନଙ୍କୁ ସେଠାରେ ରଖାଯାଉଚ୍ଥି । ଅପର ପକ୍ଷରେ ଯାଜପୁର ଟାଉନ ଏନ୍.ସି. କଲେଜ ଠାରେ ୬୫୦ ବେଡ୍ର କୋଭିଡ କେୟାର ସେଣ୍ଟରର ବ୍ୟବସ୍ଥା ହୋଇଚ୍ଥି । ସେହିପରି ବ୍ୟାସନଗର କଲେଜ ଠାରେ ୨୦୦ ଶଯ୍ୟା ବିଶିଷ୍ଟ ଓ ମଧୁବନ ସି.ଏଚ୍.ସି. ଠାରେ ୫୦ ଶଯ୍ୟା କ୍ଷମତା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର କରାଯିବର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଥିଲେ । ଶ୍ରୀ ଶର୍ମା କୋଭିଡ ପରିଚାଳନାରେ ସନ୍ତୋଷ ବ୍ୟକ୍ତ କରିବା ସହ ଯେପରି ଲୋକ ମାନଙ୍କୁ ଅଧିକରୁ ଅଧିକ ମାସ୍କ ଲଗାଇବା ଓ ସାମାଜିକ ଦୂରତା ବଜାୟ ରଖିବା ସଂପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ ।

ବନ୍ୟା ପରବର୍ତୀ ସମୟରେ ଯେହେତୁ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି ଇତ୍ୟାଦି ଅଧିକ ମାତ୍ରାରେ ହୋଇଥାଏ ଯାହା କରୋନାର ସାରୀ ଓ ଆଇ.ଏଲ୍.ଆଇର ଲକ୍ଷଣ ଭାବେ ଅନୁମେୟ ତେଣୁ ବନ୍ୟାଂଚଳରେ ଘରକୁ ଘର ବୁଲି ମେଡିକାଲ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ବନ୍ୟାରେ ବରୀ, ବିଂଝାରପୁର, ରସୁଲପୁର, ଧର୍ମଶାଳା ଓ ଯାଜପୁର ବ୍ଳ୍କ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିପଂ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ପ୍ରଭାବିତ ଅଂଚଳର ନଳକୂପ ଓ ପାଇପ ଲାଇନ ମାଧ୍ୟମରେ ଜଳ ଯୋଗାଣକୁ ଯୁଦ୍ଧକାଳୀନଭିତିରେ ମରାମତି କରିବାକୁ ନିଦେ୍ର୍ଦଶ ଦେଇଥିଲେ ।

ସମସ୍ତ ଜଳ ଉସô ଗୁଡିକୁ ୨ ଦିନ ମଧ୍ୟରେ ବିଶୋଧନ ସାରିବାକୁ ସେ କଡା ନିଦେ୍ର୍ଦଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ହୋଇ ବନ୍ୟା ପ୍ରଭାବିତ ଅଂଚଳରେ ଚିକିସôା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ଶର୍ମା ନିଦେ୍ର୍ଦଶ ଦେବା ସହ ରାଜ୍ୟରୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହାକୁ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହରାଂଚଳ ଗୃହ ନିର୍ମାଣର ନିଦେ୍ର୍ଦଶକ ସୁରେଶ ଚନ୍ଦ୍ର ଦଳାଇ, ପଂଚାୟତ ରାଜ ବିଭାଗର ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଶ୍ରୀଧର ନାୟକ, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ି୍ଳକ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପଂଚାୟତ ରାଜ ବିଭାଗର ଉପ-ସଚିବ ତ୍ରିଲୋଚନ ମହାନ୍ତି, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ଡା. ଶକ୍ତି ପ୍ରସାଦ ପାଢୀ, ଅତିରିକ୍ତ ନିଦେ୍ର୍ଦଶକ ତଥା ବରିଷ୍ଠ ପରାମର୍ଶଦାତା ଡା. ସତ୍ୟ ରଂଜନ ପାଣିଗ୍ରାହୀ, ଏସ୍.ସି.ବି. ମେଡିକାଲ କଲେଜର ସହକାରୀ ପ୍ରପେଂସର ଡା. ଦୀପକ କୁମାର ସାହୁ, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here