ଡ଼ଃ.ଅରୁନ୍ଧତୀ ଦେବୀ : ଜୈବବିବିଧତା ଦିବସ ପାଳନ କରିବା ବେଳେ ସମ୍ପ୍ରତି ଆମେ ସାମ୍ନା କରୁଛୁ ଭୟଙ୍କର ବିପର୍ଯ୍ୟୟ ଅମ୍ଫନକୁ । ଦିନକୁ ଦିନ ପୃଥିବୀର ଜଳବାୟୁ ଅଧିକରୁ ଅଧିକ ଗରମ ହେବାରେ ଲାଗିଛି । ଏହାଫଳରେ ବିଶ୍ୱର ଅନେକ ସ୍ଥାନରେ ମରୁଡ଼ି, ବନ୍ୟା ବିତ୍ପାତ, ଛୋଟ ବଡ଼ ଝଡ଼ ଆଦି ପ୍ରାକୃତିକ ବିପର୍ଯ୍ୟୟ ଅଧିକରୁ ଅଧିକ ଦେଖିବାକୁ ମିଳୁଛି । ଏପରି ଲାଗି ରହିଲେ ଖୁବ୍ ଶୀଘ୍ର ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଅତ୍ୟଧିକ ତାପ ଯୋଗୁଁ ସମୁଦ୍ରରେ ଜମି ରହିଥିବା ବରଫ ତରଳିବାରେ ଲାଗିଛି । ଆମେ ସମସ୍ତେ ଜାଣନ୍ତି ଯେ ଆମ ପୃଥିବୀପୃଷ୍ଠରେ ତିନିଭାଗ ଜଳ ଓ ଭାଗେ ସ୍ଥଳ ରହିଛି । ତା’ସତ୍ତ୍ୱେ ବି ଆମ ପୃଥିବୀ ସନ୍ତୁଳନ ରକ୍ଷା କରି ଚାଲିଛି ଓ ଜନ ଜୀବନ ସୁରକ୍ଷିତ ରଖି ପାରିଛି । ଏହାର ପ୍ରମୁଖ କାରଣ ହେଲା ପ୍ରାୟ ଦୁଇଭାରୁ ଅଧିକ ଜଳ ବରଫ ଆକାରରେ ରହିବା । ମାତ୍ର ବିଶ୍ୱ ତାପନ ପ୍ରକ୍ରିୟା ଯୋଗୁଁ ଏହା କ୍ରମେ ତରଳିବାରେ ଲାଗିଛି ।

ଯାହାଫଳରେ ପୃଥିବୀକୁ ଏହି ଜଳ ଓ ସ୍ଥଳ ଭାଗର ଭାରସାମ୍ୟରେ ଅସୁବିଧା ହେଲାଣି । ଏହାର ସମାଧାନ ବି ଆମ ହାତରେ ରହିଛି । ସମସ୍ତେ ମିଳିମିଶି ଏହାକୁ ପାଳନ କଲେ କିଛିଟା ଆଶ୍ୱସ୍ତି ମିଳିପାରେ । ରୋଷେଇ କଲାବେଳେ କମ୍ ତାପ ବ୍ୟବହାର କରିବା, ଗାଡ଼ି କମ୍ ଚଲାଇବା, ଏଲଇଡି ବତୀ ବ୍ୟବହାର କରିବା, ମାଛମାଂସ କମ୍ ଖାଇବା ଆଦି କାର୍ଯ୍ୟକ୍ରମକୁ ରାଷ୍ଟ୍ରମାନେ ବ୍ୟକ୍ତିସ୍ତରରୁ ସଚେତନ କରେଇବାର ଦାୟିତ୍ୱ ନେଲେ ଏହାର କିଛି ସଫଳ ସମାଧାନର ସୂତ୍ର ମିଳିପାରନ୍ତା । ପ୍ରଚୁର ପରିମାଣରେ ଜଙ୍ଗଲ କଟା ହେବା ଫଳରେ ଏହା ସିଧାସଳଖ ପୃଥିବୀର ବିଶ୍ୱ ତାପନ ପ୍ରକ୍ରିୟା ଉପରେ ପ୍ରଭାବ ପକାଉଛି । ଯେତେବେଳେ ଜଙ୍ଗଲକୁ ଛାଡ଼ି ଆମେ ବଞ୍ଚôବା ଅସମ୍ଭବ ସେତେବେଳେ ଆମେ ଜଙ୍ଗଲ ଧ୍ୱଂସ କରିବାରେ ବ୍ୟସ୍ତ ।

ଖଣି ଖାଦାନ, କାଠର ଆବଶ୍ୟକତା ମେଣ୍ଟାଇବାକୁ ଯାଇ ଆମେ ଜଙ୍ଗଲ ଧ୍ୱଂସ କରିବାରେ ଲାଗି ପଡ଼ିଛୁ ଯାହାକି ଏକ ପ୍ରକାର ଆତ୍ମହତ୍ୟା କରିବାର ପ୍ରୟାସ ଠାରୁ କିଛି କମ୍ ନୁହେଁ । ଆଫ୍ରିକା, କେନ୍ଦ୍ର ଓ ମଧ୍ୟ ଆମେରିକାରେ ଏହାର ପରିମାଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଜଙ୍ଗଲ ଧ୍ୱଂସ ହେବା ଫଳରେ ବନ୍ୟଜନ୍ତୁମାନେ ମୃତୁ୍ୟମୁଖରେ ପଡ଼ୁଥିôବା ବେଳେ ଅମ୍ଳଜାନର ଅଭାବ ପୃଥିବୀର ତାପନ ପ୍ର୍ରକି୍ରୟାକୁ ବୃଦ୍ଧି କରି ଚାଲିଛି । ସମଗ୍ର ବିଶ୍ୱରେ ପ୍ରାୟ ୫୦ ପ୍ରତିଶତ ଜଙ୍ଗଲ ଧ୍ୱଂସ ହୋଇସାରିଲାଣି । ଯଦି ବୃକ୍ଷରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି କରାନଯାଏ ତେବେ ଆଗାମୀ ୪୦ବର୍ଷ ମଧ୍ୟରେ ବାକି ୫୦ ପ୍ରତିଶତ ମଧ୍ୟ ଶେଷ ହୋଇଯିବ ।

ବ୍ୟକ୍ତିଗତସ୍ତରରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ସମସ୍ତେ ଗଛଟିଏ ଲଗାଇବା ଓ ତାର ଯତ୍ନ ନେବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ । ଆଜିର ଏହି ସଙ୍କଟମୟ ସ୍ଥିତିରେ ରାଜନୈତିକ ଇଛାଶକ୍ତି ବୃଦ୍ଧି ଓ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅସାଧୁ କାଠ ବ୍ୟବସାୟୀମାନଙ୍କୁ କଠୋର ଦଣ୍ଡ ମିଳିଲେ ଏମିତି ସଙ୍କଟରୁ ଉଦ୍ଧାର ମିଳିପାରେ । ଆପଣ ଯେଉଁଠି ବି ଥାଆନ୍ତୁ, ପ୍ରଦୂଷଣ ଯେ କୌଣସି ପ୍ରକାରେ ଆପଣଙ୍କ ନିକଟରେ ପହଞ୍ଚôବାଟା ଧାର୍ଯ୍ୟ । ଆମର ଦୈନନ୍ଦିନ ଜୀବନରେ ଯେବେଠୁ ପ୍ଲାଷ୍ଟିକର ବ୍ୟବହାର ଆରମ୍ଭ ହେଲାଣି ସେବେଠୁ ଏହା ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇ ଠିଆ ହୋଇଛି ।

ଆଧୁନିକ ଚଳଣୀରେ ପଲିଥିନ୍ ବା ଜରିର ପ୍ରଚଳନ ସବୁ ପ୍ରଦୂଷଣକୁ ଟପି ଯାଇଛି । ଏହାର ଧୂଅାଁ ଓ ମାଟିରେ ମିଶି ନପାରିବାର ଗୁଣବତ୍ତା ପରିବେଶ ପାଇଁ କାଳ ହୋଇଛି । ଏହା ବ୍ୟତୀତ ଗାଡ଼ି, ମୋଟରର ଅଧିକ ବ୍ୟବହାର, ଅତ୍ୟଧିକ ଏସି ବ୍ୟବହାର, କଳକାରଖାନାର ଧୂଅାଁ ଓ ଆବର୍ଜନା ପାଣି, କୃଷି ପ୍ରଣାଳୀରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ମାଟି, ପାଣି ଓ ପବନକୁ ପ୍ରଦୂଷିତ କରି ରଖିଛି । ମାଟିରେ ସହଜରେ ମିଶିପାରୁଥିବା ପଲିଥିନ୍ର ବ୍ୟବହାର, ଯାନ ବାହାନର ଧୂଅାଁକୁ କମ୍ କରିବାର ଉପାୟ, କୃଷିକ୍ଷେତ୍ରରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କଲେ ଏହି ପ୍ରଦୂଷଣକୁ ରୋକି ହେବ । ଆମେ ବସବାସ କରୁଥିବା ଗ୍ରହ ପୃଥିବୀରେ ବାସ କରୁଥିବା ପ୍ରତିଟି ଜୀବର ପ୍ରକୃତି ପ୍ରତି କିଛି ନା କିଛି ଅବଦାନ ରହିଛି । ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଜଣେ ଅନ୍ୟଜଣକ ଉପରେ ନିର୍ଭରଶୀଳ । ଯଦି କୌଣସି କାରଣରୁ ଜଣକର ବଂଶ ଲୋପ ପାଏ, ତେବେ ଅନ୍ୟଟିର ବଞ୍ଚôବା ଅସହ୍ୟ ହୋଇପଡ଼େ ।

ଏହି ପ୍ରକ୍ରିୟାରେ ପ୍ରଜାପତି ଓ ମହୁମାଛିଙ୍କର ସଂଖ୍ୟାରେ ହ୍ରାସ ହେବା ମଣିଷ ସମାଜ ପ୍ରତି ପରିବେଶର ଏକ ସତର୍କ ସୂଚନା । ପରାଗରେଣୁ ଦ୍ୱାରା ଜନ୍ମ ନେଉଥିବା ଉଦ୍ଭିଦମାନଙ୍କର ବଂଶବୃଦ୍ଧି ନ ହୋଇ ପାରିବାର ଆଶଙ୍କା ପରିବେଶ ପାଇଁ ବିପଦ ସୃଷ୍ଟି କରିଛି । ଏଥର ବିଶ୍ୱ ପରିବେଶ ଦିବସ ଏହି ବିଷୟ ଉପରେ ଅଧିକ ଗୁରୁତ୍ୱ ଦେବା କଥା ଚର୍ଚ୍ଚାରେ ରହିଛି । ଯାନବାହାନ ଚଳାଚଳ ସମୟରେ ବାୟୁ ପ୍ରଦୂଷଣ ନିୟମର ଖୋଲାଖୋଲି ଉଲଂଘନ ଆମ ଦେଶରେ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଆଉ ଏକ ଜଟିଳ ସମସ୍ୟା । ବିଶ୍ୱରେ ଚୀନ ଓ ସମ୍ମାନନୀୟ ସମ୍ପାଦକ ମହାଶୟ ନମସ୍କାର ଏହି ଲେଖାଟି କେବଳ ସର୍ବାଧିକ ଲୋକପ୍ରିୟ “‘ ପାଇଁ ପ୍ରସ୍ତୁତ ହୋଇଛି । ଏହି ଲେଖା ଅନ୍ୟ କୌଣସି ଖବରକାଗଜକୁ ପ୍ରକାଶ ପାଇଁ ଦିଆଯାଇନାହିଁ ।ସମ୍ମାନନୀୟ ସମ୍ପାଦକ ମହାଶୟ ନମସ୍କାର ଏହି ଲେଖାଟି ଲୋକପ୍ରିୟ ଦୈନିକ “ସର୍ବସାଧାରଣ’ ପାଇଁ ପ୍ରସ୍ତୁତ ହୋଇଛି ଏହା ଅନ୍ୟତ୍ର କାହାରିକୁ ଦିଆଯାଇନାହିଁ । ଆମେରିକା ପରେ ଭାରତ ହେଉଛି ତୃତୀୟ ଅଧିକ ବାୟୁ ପ୍ରଦୂଷିତ ରାଷ୍ଟ୍ର । ୧୯୮୧ ମସିହାରେ ଲାଗୁ କରାଯାଇଥିବା ବାୟୁ ପ୍ରଦୂଷଣ ଅଧି ନିୟମ ଫଳରେ କିଛିଟା ସଫଳତା ମିଳିଛି ।

ଭାରତବର୍ଷରେ ଜଳକଷ୍ଟ ଓ ଜଳ ପ୍ରଦୂଷଣ ବି ଆଉ ଏକ ବଡ଼ ସମସ୍ୟା । ଏହି ସମସ୍ୟାର ପ୍ରମୁଖ କାରଣ ହେଉଛି ଏହାର ଖୋଲାମେଲା ନାଳ, ନର୍ଦ୍ଦମା ଓ ଏହାର ଉଦାସୀନ ଜଳ ନିଷ୍କାସନ ପଦ୍ଧତି । କଳ-କାରଖାନାରୁ ବାହାରୁଥିବା ବିଷାକ୍ତ ଓ ଦୂଷିତ ଜଳ ନଦୀ, ନାଳ ଓ ସମୁଦ୍ରରେ ମିଶିବା ଦ୍ୱାରା ଜଳ ପ୍ରଦୂଷିତ ହୁଏ । ମାତ୍ର ସମସ୍ତେ କାନ୍ଦୁଥିବା ବେଳେ କାହାରି ଆଖିରେ ଲୁହ ନଥିଲା ଭଳି ପରିସ୍ଥିତି ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି । ଏହାବାଦ୍ କୃଷିକ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକଯୁକ୍ତ ଜଳ ମଧ୍ୟ ନଦୀ-ନାଳରେ ମିଶି ଏହାର ପାଣିକୁ ବିଷାକ୍ତ କରିଥାଏ । ସେହିପରି ପ୍ରଜାପତି ଓ ମହୁମାଛିଙ୍କର ସଂଖ୍ୟାରେ ହ୍ରାସ ହେବା ମଣିଷ ସମାଜ ପ୍ରତି ପରିବେଶର ଏକ ସତର୍କ ସୂଚନା । ପରାଗରେଣୁ ଦ୍ୱାରା ଜନ୍ମ ନେଉଥିବା ଉଦ୍ଭିଦମାନଙ୍କର ବଂଶ ବୃଦ୍ଧି ନ ହୋଇ ପାରିବାର ଆଶଙ୍କା ।

ଆମ ଦେଶ ଭାରତର ଆଉ ଏକ ପ୍ରମୁଖ ପରିବେଶ ପ୍ରଦୂଷଣଜନିତ ବିପଦ ହେଉଛି ମୃତ୍ତିକାକ୍ଷୟ । ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ପ୍ରକ୍ରିୟା ଫଳରେ ଅନିୟମିତ ସ୍ୱଳ୍ପ ବର୍ଷା ମରୁଡ଼ି ଡାକି ଆଣୁଥିବା ବେଳେ କେତେବେଳେ ଏହାର ଭୟଙ୍କର ରୂପ ପ୍ରବଳ ବର୍ଷାର ରୂପ ଧରି ଭୟଙ୍କର ବନ୍ୟା ବିପତ୍ତିକୁ ଡାକି ଆଣୁଛି । ଫଳରେ ନଦୀ ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକାକ୍ଷୟ ହୋଇ ସମୁଦ୍ରରେ ମିଶୁଛି । ୧୯୯୫ରୁ ୨୦୧୦ ମଧ୍ୟରେ ଭାରତ ପରିବେଶ ପ୍ରଦୂଷଣ କ୍ଷେତ୍ରରେ ବ୍ୟାପକ ଉନ୍ନତି କରିଥିଲେ ମଧ୍ୟ ଆଜି ବି ଏହାର ସଙ୍କଟମୟ ପରିସ୍ଥିତି ମଧ୍ୟରେ ଗତି କରୁଛି । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା ଓ ମୃତ୍ତିକାକ୍ଷୟକୁ ପ୍ରତିରୋଧ କରୁଥିବା ଉପକାରୀ ଜଙ୍ଗଲ ଧ୍ୱଂସ ହେବା ଯୋଗୁଁ ଏବଂ ଏହି ସବୁ ଜଙ୍ଗଲର ପୁନଃ ସୃଷ୍ଟି ନହୋଇପାରିବା କାରଣରୁ ମୃତ୍ତିକାକ୍ଷୟ ଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ।

ଭାରତର ସମୁଦ୍ରତଟବର୍ତ୍ତୀ ରାଜ୍ୟମାନଙ୍କରେ ମୃତ୍ତିକାକ୍ଷୟ ଘଟି ଅନେକ ଗ୍ରାମ ନିଶ୍ଚିହ୍ନ ହୋଇଯିବାର ଦୃଷ୍ଟାନ୍ତ କିଛି କମ୍ ନୁହେଁ । ଓଡ଼ିଶାରେ ୧୯୯୯ ମହାବାତ୍ୟାର କରାଳ ରୂପ ପ୍ରତ୍ୟକ୍ଷ ଅନୁଭବ ହିଁ ଜାଣିଛି । ପରିବେଶ ପ୍ରଦୂଷଣ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ଚରମ ଚେତାବନୀ । ପ୍ରତି ମୁହୂର୍ତ୍ତରେ ଓ ପ୍ରତିଟି ବିଶ୍ୱବାସୀ ଯଦି ଏହି ଗମ୍ଭୀର ଓ ଗଭୀର ବିଷୟ ପ୍ରତି ସଚେତନ ନହେବେ, ତେବେ ଆମ ଏ ସୁନ୍ଦର ପୃଥିବୀ ଖୁବ୍ ଶୀଘ୍ର ତାର ଅସ୍ଥିତ୍ୱ ହରାଇବ ଏଥିରେ ତିଳେମାତ୍ରେ ସନେ୍ଦହର ଅବକାଶ ନାହିଁ ।

 

LEAVE A REPLY

Please enter your comment!
Please enter your name here