ତିନି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବିଜେପୁର,୩୦ା୯ :ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପୁର ରଣକ୍ଷେତ୍ର । ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବିଜୟୀ ହୋଇ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି । ତେବେ ସୋମବାର ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ଏହି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା, ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ସନତ ଗଡତିଆ ନାମାଙ୍କନ ଦାଖଲ କରିଛନ୍ତି । ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ସେମାନେ ନାମାଙ୍କନ ଦାଖଲ କରିଛନ୍ତି ।
ଅକେଫାବର ୨୧ ଉପର୍ନିବାଚନ ପାଇଁ ବିଜେପୁର ରଣକ୍ଷେତ୍ର ସଜବାଜ ହେଲାଣି । ଏହି ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି କଂଗ୍ରେସରୁ ଦିଲୀପ ପଣ୍ଡା ପ୍ରଥମେ ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ । ତାଙ୍କପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ସର୍ବଶେଷରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ପଟୁଆର ଧରି କାର୍ଯ୍ୟାଳୟରେ ପହଁଚିଥିଲେ ଓ ଏହାପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ବହୁ ଚର୍ଚ୍ଚିତ ବିଜେପୁର ଆସନରେ ଏବେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here