ଭୁବୁନେଶ୍ୱରର, ୨୫ା୯ : ବହୁ ପ୍ରତିକ୍ଷୀତ ବିଜେପୁର ଉପ ନିର୍ବାଚନ ଅକେଫାବର ୨୧ରେ ମତଦାନ ହେବ । ଅକେଫାବର ୨୪ ତାରିଖରେ ଭୋଟ ଗଣତି ହେବ । ଏନେଇ ବିଗୁଲ ବାଜି ସାରିଛି । ରାଜ୍ୟର ପ୍ରମୁଖ ସବୁ ରାଜନୈତିକ ଦଳ ବିଜେପୁର ଆସନ ହାତେଇବା ପାଇଁ କସରତ ଆରମ୍ଭ କରିଛନ୍ତି । ଆଜି ବିଜେଡି ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ସେଥିରେ ଆସନ୍ତା ୩୦ ତାରିଖରେ ନାମାଙ୍କନ ଦାଖଲ କରିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ବିଜେପୁର ପାଇଁ ବିଜେଡି ଅଙ୍କକଷା ଆରମ୍ଭ କରିଛି । ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଥିରେ ବିଜେପୁର ରଣନୀତି ସମ୍ପର୍କରେ ଆଲୋଚନା ଓ ପ୍ରାର୍ଥୀ ଘୋଷଣା ନେଇ ମଧ୍ୟ ଆଲୋଚନା କରାଯାଇଛି । ବିଜେପୁର ପାଇଁ ବିଜେଡି ଆସନ୍ତା ୩୦ତାରିଖରେ ପ୍ରାର୍ଥୀ ନାମାଙ୍କନ ଭରିବେ । ବିଜେପୁର ଉପନିର୍ବାଚନ ପାଇଁ ବିଭିନ୍ନ ନେତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକ ଶେଷ ହେବା ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ଏହି ବୈଠକରେ ସମନ୍ୱୟ କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ,ଅରୁଣ ସାହୁ ଓ ପ୍ରଣବ ଦାସ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here