କେନ୍ଦ୍ରାପଡା : ଓଡିଶାର ବିଶିଷ୍ଟ ଚଳଚିତ୍ର ତାରକା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଜନ୍ମ ସ୍ଥାନ କେନ୍ଦ୍ରାପଡାର ପାଣ୍ଡିରି ଗ୍ରାମରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି । ପାଣ୍ଡିରି ଗ୍ରାମର ଉସôାହୀ ଯୁବକ, ପରିବାର ସଦସ୍ୟ ଓ ସ୍ଥାନୀୟ ଜନ ସାଧାରଙ୍କ ପକ୍ଷରୁ କୂଳ ଦେବତା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ରେ ପୂଜା ଅର୍ଚ୍ଛନା କରା ଯାଇ ଦୀପ ଦାନ କରା ଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ୧୯୫୦ ମସିହାରେ ବିଜୟ ମହାନ୍ତି ପାଣ୍ଡିରି ଗ୍ରାମରେ ଜନ୍ମ ଗ୍ରହଣ କରି କେନ୍ଦ୍ରାପଡାରେ ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ । ପରେ ଅଭିନୟରେ ଉଚ୍ଚତର ଶିକ୍ଷାପାଇଁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗ ଦେଇଥିଲେ ।ହାଇଦ୍ରାବାଦ ରେ ଅସୁସ୍ଥତା ର ଖବର ପାଇ ଗ୍ରାମର ରବିନ ବିହାରୀ ମହାନ୍ତି, ପଦ୍ମନାଭ ମହାନ୍ତି, ଅରୁଣ ବିହାରୀ ମହାନ୍ତି, ଭୂବନା ନନ୍ଦ ମହାନ୍ତି , ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here