ବିଗ୍‌ ବସ୍‌-୧୩ର ତୃତୀୟ ଏପିସୋଡ୍‌ ଧମାକାଦାର ହୋଇଛି । ବିବି ହସ୍ପିଟାଲରେ ରୋଗୀ ଜରିଆରେ ହିରୋ ହୋଇଥିଲେ ସିଦ୍ଧାର୍ଥ ଶୁକ୍ଳା । ସେ ଅତ୍ୟନ୍ତ ଧୀର ଭାବେ ନିଜ ଟାସ୍କକୁ ଏତେ ମଜଭୁତ କରିଥିଲେ ଯେ ସୋସାଲ ମିଡିଆରେ ପ୍ରଶଂସାର ପାତ୍ର ହୋଇଥିଲେ । ହସ୍ପିଟାଲରେ ୨ଟି ଗ୍ରୁପ୍‌ରେ ଟିମ୍‌ ବଣ୍ଟା ହୋଇଥିଲା । ଗୋଟିଏ ଟିମ୍‌ରେ ଡାକ୍ତର ଓ ଅନ୍ୟ ଟିମ୍‌ରେ ରୋଗୀ ସାମିଲ ଥିଲେ । ଏକ ଅପରେଶନ୍‌ ଥିଏଟର୍‌ରେ ରୋଗୀ ଚିକିତ୍ସା ଟାସ୍କ ଥିଲା । ସିଦ୍ଧାର୍ଥ ଏବଂ ଅସିମ୍‌ ରିୟାଜ୍‌ ରୋଗୀ ହୋଇଥିବାବେଳେ ଡାକ୍ତର ଥିଲେ ପାରସ୍‌ ଛାବଡ଼ା ଓ ଦେବୋଲିନା ଭଟାଚାର୍ଜି । ଅସିମ୍‌ ଟାସ୍କ ଆରମ୍ଭ ହେବା ପୂର୍ବରୁ କ୍ୱିଟ୍‌ କରିଯାଇଥିଲେ ମଧ୍ୟ ସିଦ୍ଧାର୍ଥ ଶେଷ ପର୍ଯ୍ୟନ୍ତ ଥିଲେ । ସିଦ୍ଧାର୍ଥଙ୍କୁ ଅପରେଶନ୍‌ ଥିଏଟର୍‌ ଚେୟାରରୁ ଉଠାଇବା ପାଇଁ ଦେବୋଲିନା ଏବଂ ପାରସ୍‌ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ସିଦ୍ଧାର୍ଥଙ୍କ ଉପରେ କାଦୁଅ ପକାଇବା ସହ ହାତ ସାହାଯ୍ୟରେ ଗୋଡ଼ର କାମ କରାଗଲା । ହେଲେ ସିଦ୍ଧାର୍ଥ ତାଙ୍କ ଟାସ୍କ ପୁରା କରିଥିଲେ ।

LEAVE A REPLY

Please enter your comment!
Please enter your name here