ଭୁବନେଶ୍ବର: ଆସନ୍ତାକାଲିଠାରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି| ସେ କହିଛନ୍ତି ଯେ ପୁଲିସ ଧରି ନ ଥିଲେ ବି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ |

ଏହି ବ୍ୟବସ୍ଥା ଅନୁଯାୟୀ, ସିସିଟିଭିରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ କଏଦ ହେବ | ତାପରେ ଗାଡ଼ି ଚାଳକଙ୍କ ଘରକୁ ଡାକ ଯୋଗେ ଚାଲାଣ ପଠାଯିବ।ଆରଟିଓଙ୍କ ଖାତାରେ ସେହି ଜରିମାନା ଚଢ଼ିବ ଏବଂ ଟିକସ ଦେବା ବେଳେ ସୁଧ ସହ ଖିଲାପକାରୀ ଚାଳକ ତଣ୍ଡ ଗଣିବେ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ରୁପାଲି ଛକରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ତାପରେ ଆଉ ୮ଟି ଛକରେ ଲାଗୁ ହେବ ବୋଲି ସେ କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ୩ ବର୍ଷ ଭିତରେ ଟ୍ରାଫିକ ପୋଷ୍ଟରୁ ପୁଲିସଙ୍କୁ ପ୍ରତ୍ୟାହାର କରାଯିବାର ଲକ୍ଷ୍ୟ ରଖାଯାଇଛି |

LEAVE A REPLY

Please enter your comment!
Please enter your name here