ଭଞ୍ଜନଗର : ବିଦୁ୍ୟତ୍ ଆଘାତରେ ଆଇଆରବି ଯୱାନଙ୍କ ମୃତୁ୍ୟ ଭଳି ଦୁଃଖଦ ଘଟଣା ଘଟିଛି ନିକଟସ୍ଥ କେବିରିବରପୁର ଗ୍ରାମରେ । ଖବର ନେବାରୁ ଜଣାପଡ଼ିଛି ମାଲକାନଗିରିରେ କାର୍ଯ୍ୟରତ ଆଇଆରବି ଯୱାନ ବଂଶୀଧର ପ୍ରଧାନ ନିଜ ଗ୍ରାମ କେବିରିବରପୁରକୁ ଆସିଥିଲେ । ଘରେ କାମ ·ଲିଥିବା ବେଳେ ଗୋଟିଏ ଲୁହା ଛଡ଼କୁ ସିଏ ଟାଣିବା ବେଳେ ଦୁର୍ଭାଗ୍ୟବଶତଃ ସେହି ଲୁହାଛଡ଼ଟି କୌଣସି ଏକ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଥିଲା । ତେଣୁ ସେଥିରେ ବିଦୁ୍ୟତ୍ ପ୍ରବାହିତ ହେଉଥିଲା । ଯାହାଫଳରେ ସେ ବିଦୁ୍ୟତ୍ ଆଘାତ ପାଇଁ ତଳେଳ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here