ଭଞ୍ଜନଗର : କରୋନା କଟକଣା ଯୋଗୁଁ ରାଷ୍ଟ୍ରୀୟ ଲୋକ ଅଦାଲତ ବଦଳରେ ପ୍ରଥମଥର ପାଇଁ ଭଞ୍ଜନଗର କୋର୍ଟରେ ଭିଡିଓ କନଫେରେନ୍ସି ଜରିଆରେ ମାଇକ୍ରୋ ଲେବେଲ ଇ-ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଏଥିରେ ମୋଟ ୧୮୨ଟି ବିଭିନ୍ନ ମାମଲା ବିଚାର ପାଇଁ ରହିଥିବାବେଳେ ମୋଟ ୩୭ଟି ମାମଲାର ଫଇସଲା କରାଯାଇପାରିଛି ।

ମୋଟ ୩୦ଟି ଏମଏସିଟି କେଶ ବିଚାର ପାଇଁ ଆସିଥିବାବେଳେ ସମସ୍ତ ୩୦ଟି ମାମଲାର ଫଇସଲା ଭିଡିଓ କନଫେରେନ୍ସି ଜରିଆରେ ହୋଇଯାଇଛି । ଏଥିରେ ମୋଟ ୧୧,୫୦,୫୦୦୦/-ଟଙ୍କା କ୍ଷତିପୁରଣ ବାବଦକୁ ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।

ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟ ତୁରନ୍ତ ଏହାର ଅମଳ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ସବଜଜ୍ଙ୍କ କୋର୍ଟରେ ମୋଟ ୨୦ଟି ମାମଲାର ବିଚାର ପାଇଁ ଆସିଥିବାବେଳେ ୪ଟି ମାମଲାର ଫଇସଲା ହୋଇପାରିଥିଲା । ଏଥିରୁ ଆର୍ଥିକ ସଂସ୍ଥା ସହ ଜଡିତ ୩ଟି ମାମଲାର ବିଚାର କରାଯାଇ ମୋଟ ୨୧,୯୮,୬୭୬/-ଟଙ୍କା ପ୍ରଦାନ ପାଇଁ ନିଦେ୍ଦଁଶ ଦିଆଯାଇଛି । ଅନ୍ୟପକ୍ଷରେ ଏସଡିଜେଏମଙ୍କ କୋର୍ଟରେ ମଧ୍ୟ ୩ଟି ମାମଲାର ଫଇସଲା ହୋଇପାରିଛି ।

ଏହି ମାଇକ୍ରୋ ଲେବେଲ୍ ଇ-ଲୋକ ଅଦାଲତରେ ତାଲୁକ ଆଇନ ପ୍ରାଧିକରଣ ସଂସ୍ଥାର ଅଧ୍ୟକ୍ଷ ତଥା ଏଡିଜେ ହେମନ୍ତ କୁମାର ସେଠୀ, ସବଜଜ୍ ସ୍ରୋତସ୍ୱିନୀ କର, ଏସଡିଜେଏମ ବେଦପ୍ରକାଶ ଭିଡିଓ କନଫେରେନ୍ସି ଜରିଆରେ କୋର୍ଟ ପରିସରରୁ ବିଚାର କରି ନ୍ୟାୟ ପ୍ରଦାନ କରିଥିବାବେଳେ ମାନ୍ୟବର ବିଚାରପତିମାନଙ୍କୁ ତାଲୁକ ଆଇନ୍ ପ୍ରାଧିକରଣ ସଂସ୍ଥାର ଅନ୍ୟତମ ସଦସ୍ୟ ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ କୁମାର ତିଆଡି ସହାୟତା କରିଥିବାବେଳେ ସବଜଜଙ୍କ କୋର୍ଟରେ ଓକିଲ ଅରୁଣ କୁମାର ପାଢୀ, କୁନା ନାୟକ, ସମୀର ନାୟକ, ସୁଧୀର ରଂଜନ ମହପାତ୍ର ଓ ବିଷ୍ଣପ୍ରସାଦ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here