ଭଞ୍ଜନଗର : ଭଞ୍ଜନଗର ଥାନା ଇଲାକାରେ ଶୁକ୍ରବାର ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏଥିସହ ଏଥିରେର ସଂପୃକ୍ତ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୁଚନା ପ୍ରକାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭଞ୍ଜନଗର ଥାାନା ଇଲାକାର ଜି.ନୁଆଁଗାଁ, ବେଲଗୁଣ୍ଠା, ଉଡ୍ରା, ଇନ୍ଦ୍ରଗଡ ଓ ନାୟକପଡା ଆଦି ଗ୍ରାମରେ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀମାନେ ମିଳିତ ଚଢଉ କରିଥିଲେ ।

ଏହି ଚଢାଉ ବେଳେ ମୋଟ ୮୭୨ ଲିଟର ଦେଶୀ ରନ୍ଧା ମହୁଲି ମଦ ୩୪୪୩ କିଲୋ ଗୁଡ ମିଶ୍ରି୍ରତ ପୋଚ ଜବତ କରାଯାଇଛି । ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବିଭିନ୍ନ ସମାଗ୍ରୀ ଜବତ କରାଯାଇଛି । ଆଉ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ମୋଟ ୧୩ଟି ମାମଲା ରୁଜୁ କରାଯାଇ ୧୦ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର ଭଞ୍ଜନଗର କୋର୍ଟକୁ ଚାଲଣ କରାଯାଇଛି ।

ଏହି ଚଢଉ ବେଳେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ମାଜିଷ୍ଟେଟ୍ ଦାୟିତ୍ୱ ନିର୍ବାହ କରିଥିବାବେଳେ ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଅବକାରୀ ଇନିସପେକ୍ଟର ଧୀରେନ୍ ବେହେରା, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନସିପେକ୍ଟର ପ୍ରୀତିଧାରା ନାୟକ, ବୁଗୁଡା ଅବକାରୀ ଓଆଇସି ପାର୍ଥସାରଥୀ ରାଉତ, ସବଇନିସପେକ୍ଟର ଦୁର୍ଯେ୍ୟଧନ ଦିଗାଲ, ଏଏସଆଇ ମମତା କୁମାରୀ ଦାଶ, ସ୍ମିତା ପଣ୍ଡା ତଥା ଅନ୍ୟ ଅବକାରୀ ଷ୍ଟାପ ସମେତ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ବେଲଗୁଣ୍ଠା ଥାନା ଷ୍ଟାପ୍ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here