ନୂଆଦିଲ୍ଲୀ, ୪ା୯ (ଏଜେନ୍ସି) : ଏଥର ଆଇପିଏଲ୍‌ରେ ଭାରତୀୟ ଭେଟେରାନ୍‌ ସ୍ପିନର ହରଭଜନ ସିଂଙ୍କ ଯାଦୁକରୀ ବୋଲିଂ ଦର୍ଶକ ଦେଖିବାକୁ ପାଇବେ ନାହିଁ । ପ୍ରଶଂସକଙ୍କ ମଧ୍ୟରେ ଟର୍ବୋନେଟର ଭାବେ ଜଣାଶୁଣା ଭଜି, ଏମଏସ ଧୋନିଙ୍କ ଦ୍ୱାରା ପରିଚାଳିତ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ସଦସ୍ୟ । କି;ୁ ବ୍ୟକ୍ତିଗତ କାରଣ ଦର୍ଶାଇ ଶୁକ୍ରବାର ଆଇପିଏଲ୍‌ରୁ ବିଧିବଦ୍ଧ ଭାବେ ଓହରି ଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି- ପ୍ରିୟ ବନ୍ଧୁଗଣ, ବ୍ୟକ୍ତିଗତ କାରଣରୁ ମୁଁ ଚଳିତ ବର୍ଷ ଆଇପିଏଲ୍‌ ଖେଳି ପାରିବି ନାହିଁ । ଏହା ଏକ କଷ୍ଟକର ସମୟ ଏବଂ ମୁଁ କିଛି ଗୋପନୀୟତା ଆଶା କରୁଛି । କାରଣ ମୁଁ ମୋ ପରିବାର ସହ ସମୟ ବିତାଇବି । ସିଏସ୍‌କେ ପରିଚାଳନା ବହୁତ ସହାୟକ ହୋଇଛି ଏବଂ ମୁଁ ସେମାନଙ୍କର ଉତ୍ତମ ଭବିଷ୍ୟତ କାମନା କରୁଛି । ସୁରକ୍ଷିତ ରୁହ, ଜୟ ହିନ୍ଦ । ପୂର୍ବରୁ ହରଭଜନ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ନିଜେ ଭଜି ଏହାର ଖୁଲାସା କରିବା ସହ ପୂର୍ବ ଚର୍ଚ୍ଚାରେ ବିରାମ ଲାଗିଛି ।

 

 

LEAVE A REPLY

Please enter your comment!
Please enter your name here