ଭଦ୍ରକ, ୩ ଜାନୁୟାରୀ : ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୯ନଂ ୱାର୍ଡର ଗରଦପୁର ଠାରେ ‘ମୋ ବୁଥ, ମୋ ଗୌରବ’ କାର୍ଯ୍ୟକ୍ରମ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଟାଉନ କଂଗ୍ରେସ ସଭାପତି ଅବ୍ଦୁଲ ମୋକିତ ଖାଁ ସଭାପତିତ୍ୱ କରିଥିଲେ । ଏହି ମୋ ବୁଥ ମୋ ଗୌରବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ପ୍ରଦେଶ କଂଗ୍ରେସ ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ଅନ୍ୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ତୃଣମୂଳ ସ୍ତରରୁ ପ୍ରତ୍ୟେକ ବୁଥ୍କୁ ମଜବୁତ୍ କରି କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାର ତାଙ୍କର ପ୍ରମୁଖ ପ୍ରତିଶୃତି ଗୁଡିକୁ ପାଳନ କରିବାରେ କିପରି ବିଫଳ ହୋଇଛନ୍ତି, ଜିଏସଟି, ବିମୁଦ୍ରାୟନ ଭଳି ଜନ ବିରୋଧୀ କାର୍ଯ୍ୟମାନ ହାତକୁ ନେଇ ଅନର୍ଥନୀତିକୁ ଦୁର୍ବଳ କରିଛନ୍ତି । ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ପ୍ରହସନରେ ପରିଣତ ହୋଇଛି । ମୋଦି ଶିଳ୍ପପତିମାନଙ୍କୁ ଋଣଛାଡ କରିଥିବା ବେଳେ ଋଣଭାର ସହି ନ ପାରି ଆତ୍ମହତ୍ୟା କରୁଥିବା ଚାଷୀମାନଙ୍କୁ ହତାଶ କରିଛନ୍ତି । ରାଜ୍ୟରେ ନବୀନ ସରକାର ବିହନ, ଡାଲି, ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ଭଳି ମହାଦୁର୍ନୀତିରେ ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀମାନେ ଲିପ୍ତ ରହି ଓଡିଶା ରାଜ୍ୟକୁ ବିକାଶ ବଦଳରେ ବିନାଶ ଆଡକୁ ଟାଣି ନେଇଚନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଚରମ ସୀମାରେ ପହଂଚିି ଥିବା ବେଳେ ଓଡିଶାର ମାଆ, ଭଉଣୀମାନେ ଅସୁରକ୍ଷିତ ଜୀବନ ଯାପନ କରୁଛନ୍ତି । ଏ ପର୍ଯ୍ୟନ୍ତ ମାଧବୀଲତା, ବେବିନା, ଇତିଶ୍ରୀ, କୁନ୍ଦୁଲି ପୀଡିତାଙ୍କ ଆତ୍ମା ନ୍ୟାୟ ନ ପାଇ ଘୁରି ବୁଲୁଛନ୍ତି ବୋଲି ବକ୍ତବ୍ୟ ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ସବୁ କଳା କାରନାମାକୁ ଘରକୁ ଘର ଯାଇ ଜନ ସାଧାରଙ୍କ ପାଖରେ ପହଞ୍ଚାଇବା ମୋ ବୁଥ, ମୋ ଗୌରବ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ନିଜ ନିଜର ବୁଥ୍କୁ ମଜବୁତ୍ କରି ଭ୍ରଷ୍ଟାଚାରୀ ନବୀନଙ୍କୁ ଆସନ୍ତା ନିର୍ବାଚନରେ କ୍ଷମତାରୁ ହଟାଇ ନବୀନଙ୍କ ବିକଳ୍ପ ନିରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମବେତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ନେତା ଅନନ୍ତ ସେଠୀ, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା,ରାଜ୍ୟ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଓଡିଶାର ସାମଗ୍ରିକ ବିକାଶ ପାଇଁ, ଚାଷୀ ଭାଇଙ୍କ ମୁହଁରେ ହସ ଫୁଟାଇବା ପାଇଁ ଓ ଆମ ରାଜ୍ୟର ନାରୀମାନଙ୍କ ସୁରକ୍ଷା ପାଇଁ କଂଗ୍ରେସକୁ ତଳ ସ୍ତରରୁ ମଜବୁତ କରି ପାରିଲେ ନିଶ୍ଚୟ କଂଗ୍ରେସ ଉଠିବ ଓ ଓଡିଶା ହସିବ ବୋଲି ବକ୍ତବ୍ୟ ରଖିଥିଲେ । ଭଦ୍ରକ ଜିଲ୍ଳା କଂଗ୍ରେସ କାର୍ଯ୍ରକାରୀ ସଭାପତି ନଳିନୀ ମହାନ୍ତି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ, ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଡାକ୍ତର ଓ କର୍ମଚାରୀ ଅଭାବରୁ ବିପର୍ଯ୍ୟସ୍ତ ହେବା, ଭଦ୍ରକ ଜିଲ୍ଳାରେ ଏକ ମେଡିକାଲ କଲେଜ ନ ହେବା ଓ ଖାସ୍ କରି ଭଦ୍ରକ ବିଧାୟକ ଓ ତାଙ୍କ ପୁତ୍ରଙ୍କ ପ୍ରୋତ୍ସାହନରେ ଭଦ୍ରକ ବ୍ଲକ ଓ ମ୍ୟୁନିସିପାଲିଟିରେ ସରକାରୀ ଯୋଜନା ସବୁ ହରିଲୁଟ ହେଉଥିବା, ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ଦିଆ ଯାଉଥିବା ନିମ୍ନମାନର ଛତୁଆ, ସରକାରୀ ଚାଉଳ ହଡପରେ ବିଧାୟକ ଓ ତାଙ୍କ ପୁତ୍ରଙ୍କ ସଂପୃକ୍ତିକୁ ଦୃଢ ସମାଲୋଚନା କରିଥିଲେ । ଭଦ୍ରକର ପ୍ରାକ୍ତନ ବିଧାୟକ ନରେନ ପଲେଇ ଓ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, କଂଗ୍ରେସର ରାଜ୍ୟ ସମ୍ପାଦକ ଗୋଲାମ ମଇଉଦ୍ଦିନ, ସଂଖ୍ୟାଲଘୁ ସେଲ୍ର ଜିଲ୍ଲା ସଭାପତି ସେକ୍ ସମଦାନୀ, ଜିଲ୍ଲା ଉପସଭାପତି ଅତୁଲ୍ୟ ନାୟକ, ଅସରଫ ଅଲ୍ଲୀ ଖାଁ, ଦିଲିପ ନାୟକ, ଭଦ୍ରକ ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା) , ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ଦେବେନ୍ଦ୍ର ମହାନ୍ତିି, ରାଜ୍ୟ ସମ୍ପାଦକ ସତ୍ୟାନନ୍ଦ ରାଉତ, ପ୍ରେମାନନ୍ଦ ନାୟକ, ଜ୍ୟୋତି ପ୍ରକାଶ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ଜିଲ୍ଳା ସାଧାରଣ ସମ୍ପାଦକ ପୀତବାସ ଧଳ, ଉପସଭାପତି ବିକାଶ ସାମଲ ମଂଚରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ କାଉନସିଲର ଅଶୋକ ମହାପାତ୍ର ତାଙ୍କର ସ୍ୱାଗତ ଭାଷଣ ଦେଇ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ, ମା ଭଉଣୀ ଓ ଜନ ସାଧାରଣ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଓ କାର୍ଯ୍ୟକାରୀ ସଭାପତିଙ୍କ ହାତମୁଠାକୁ ଟାଣ କରିଥିବାରୁ ପ୍ରଦେଶ କଂଗ୍ରେସ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସଭା ଶେଷରେ ନାରୀ ନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନ ୪ ଘଟିକାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ କଦମ ବେଢା ଛକରୁ ପ୍ରଦେଶ କଂଗ୍ରେସ ନେତୃମଣ୍ଡଳୀଙ୍କୁ ପାଛୋଟି ନିଆଯାଇ ଚନ୍ଦନ ବଜାର, ପୁରୁଣାବଜାର, ବାଙ୍କା ବଜାର ଦେଇ ଗରଦପୁର ସଭାସ୍ଥଳରେ ପହଂଚା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସେବାଦଳ ଜିଲ୍ଲା ସଭାପତି ସେକ ନଇମ୍, ସେକ୍ ଟିକି, ସେକ୍ ବୁଗ୍ଦାଦ୍, ହେମନ୍ତ ମହାପାତ୍ର, ରାଜେନ୍ଦ୍ର ମାଝୀ, ପ୍ରଦ୍ୟୁମ୍ନ ସୁଆର, ନାରାୟଣ ବହଳି, ଆଶିଷ ନାୟକ, ରବିନାରାୟଣ ଜେନା, ମୀର ରମ୍ରାଜ, ସେକ୍ ସମ୍ସୁର, ଅଇନୁଲ ଖାଁ, ଅମ୍ବିକା ମହାପାତ୍ର, ବିଦ୍ୟାଧର ପଣ୍ଡା, ରବି ମାଝୀ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here