ଭଦ୍ରକ, ୧୩ା୧ : : ଭଦ୍ରକ ସହର ଦେଇ ଯାଇଥିବା ୧୬ନଂ-ଜାତୀୟ ରାଜପଥ ଠାରୁ ମାତ୍ର ତିନି କି.ମି ଦୁର ଆଖଣ୍ଡଳମଣୀ ରାସ୍ତାରେ ଗଲେ ଭଦ୍ରକ ବ୍ଲକ ଅନ୍ତର୍ଗତ କୋରାକୋରା ପଞ୍ଚାୟତ ଅଧିନରେ ଅବସ୍ଥିତ ମା’ ସାତଭଉଣୀ ମନ୍ଦିର । ପ୍ରାକୃତିକ ସୁଗମାଭରା ସହକାର କୁଞ୍ଜରେ ବିରାଜୀତା ମା’ ସାତଭଉଣୀଙ୍କ ମନ୍ଦିର । ଦକ୍ଷିଣ ଓ ଦକ୍ଷିଣ ପଞ୍ଚିମ ଦିଗରେ ସୁ ଶୋଭିତ ଦୁଇଟି ପୁଷ୍କରଣୀ ଏବଂ ଦକ୍ଷିଣ ଓ ଉତ୍ତର ପାସ୍ୱର୍ରେ ଦୁଇଟି ବିଶାଳକାୟ ବଟବୃକ୍ଷ କାହିଁ କେତେ ଶହ ବର୍ଷରୁ ମୂକ ସାଖିରୁପେ ଦଣ୍ଡାୟମାନ ହୋଇ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରିଅଛି । ମା’ ସାତଭଉଣୀ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ସିଦେ୍ଧଶ୍ୱର ମହାଦେବ ଏବଂ ବିଗ୍ରହ ପାଶ୍ୱର୍ରେ ଏକ ନୃସିଂହ ମୂର୍ତ୍ତି ଦୁଷ୍ଠି ଗୋଚର ହୁଏ । କିନ୍ତୁ ଅନେକ ଭକ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଠି ହୁଏ, ମା’ ଶକ୍ତିମୟୀ ସାତଭଉଣୀଙ୍କ ମୂର୍ତ୍ତି ପାଶ୍ୱରେ ଏହି ନୃସିଂହ ମୂର୍ତ୍ତି କାହିଁକି? ପୁରାଣ କହେ ମହିଷାସୁର ନିଧନପରେ ଆକାଶ ମାର୍ଗରୁ ଦୁଦ୍ଦୁଭି ଶଦ୍ଧ ଶୁଭିଲା । ପୁଷ୍ପବୃଷ୍ଟ୍ରୀ ହେଲା, ଶଂଖ ନାଦରେ ଗଗନପବନ ମୂଖରିତ ହେଲା ।

ମୁନିମାନଙ୍କ ମୂଖରୁ ନିଃସୃତ ହେଲା (ତ୍ରିଶୂଳୀକାଂ ନମସ୍ୟାମି, ମହିଷାସୁର ଘ୍ୟାତିନାମ, ସିଂହନନାଂ ନମସ୍ୟାମି ସିଂହ ପ୍ରବର କେତନମ୍) । ଏଥିରୁ ସ୍ପଷ୍ଟ ବୁଝି ହେବଯେ, ସିଂହ ମୂଖ ଧାରଣ, ସିଂହ ବାହିନୀ, ନୃସିଂହ ରୁପଧାରିଣୀ ସେହି ସ୍ୱୟ ଦେବୀ ଶକ୍ତି । ମାତୃଶକ୍ତି ବିନା ସେ ନିସ୍ତେଜ ଓ ନିର୍ଜୀବ । ସ୍ଥଳ ଶରୀରରେ ଦୁଇଟି ମାତ୍ର ସôକ୍ଷ୍ମତଃ ଏକ ଓ ଅଭିନ୍ନ । ମା’ ସାତଭଉଣୀଙ୍କ ମନ୍ଦିର ଦକ୍ଷିଣ ପାଶ୍ୱର୍ରେ ସଂକଟ ମୋଚନ ହନୁମାନ ମନ୍ଦିର । ସେ ମନ୍ଦିରର ଅନତି ଦୁରରେ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ଏ ପୁଣ୍ୟ ପୀଠକୁ ଅଧିକ ରମଣୀୟ ଶୋଭା ଆଣିଦେଇଛି । ପୁଷ୍କରଣୀର ଦକ୍ଷିଣ ଦିଗରେ ସାତଭଉଣୀ ଉଚ୍ଚବିଦ୍ୟାପୀଠ । ପ୍ରାପ୍ତ ସୁଚନାରୁ ମିଳିଥିବା ଖବର ଅନୁଯାଇ ମା’ଙ୍କର ମୁଖ୍ୟ ଉସôବ ମଧ୍ୟରେ ମହାଷ୍ଟମୀ ପୂଜା, ଶିବରାତ୍ରୀ, ବାସନ୍ତୀ ଦୁର୍ଗାପୁଜା, ପାଟୁଆ ଯାତ୍ରା ବହୁ ଧୁମଧାମରେ ପାଳନ କରାଯାଏ । ମକର ମେଳା ମା’ଙ୍କୁ ମୁଖ୍ୟ ପର୍ବ ।

ସୁର୍ଯ୍ୟଙ୍କର ଉତ୍ତରାୟଣ ଦିନଠାରୁ ଅର୍ଥାତ ପବିତ୍ର ମକର ମେଳା ସଂକ୍ରାନ୍ତି ଠାରୁ ସାତଦିନ ବ୍ୟାପି ଏଠାରେ ଏହି ମକର ମେଳା ପାଳନ କରାଯାଇଥାଏ । ମେଳାରେ ଏସ୍ଥାନ ମୂଖରôତ ହୋଇଯାଏ । ମା’ଙ୍କ ମନ୍ଦିରର ସମ୍ମୁଖରେ ଉତ୍ତରରୁ ଦକ୍ଷିଣକୁ ଲମ୍ବିଯାଇଛି ଐତିହାସିକ ବଡ଼ଦାଣ୍ଡ ରାସ୍ତା । ଶେରଶାହଙ୍କର ଗ୍ରାଣ୍ଡଟ୍ରଙ୍କର(ଜଗନ୍ନାଥ ସଡ଼କ)ପରକ୍ଳ୍ନାର ଅନେକ ବର୍ଷ ପୁର୍ବରୁ ଏହି ବଡ଼ଦାଣ୍ଡ ସଡ଼କ ପୁରି ବଡ଼ଦାଣ୍ଡରୁ କଲିକତା ପର୍ଯ୍ୟନ୍ତ ଯାଇଥିଲା । ଏହି ବଡ଼ ଦାଣ୍ଡରେ ତୀର୍ଥଯାତ୍ରି, ପର୍ଯ୍ୟଟକ ଓ ଜନସାଧାରଣ ଚାଲି ଚାଲି ଯାଉଥିଲେ ସଂଗବଦ୍ଧହୋଇ ।

ପୁରି ବଡ଼ ଦାଣ୍ଡରୁ ଏହି ସଡ଼କ ବାହାରିଥିବାରୁ ବୋଧହୁଏ ଏହି ସଡ଼କକୁ ବଡ଼ଦାଣ୍ଡବୋଲି କୁହାଯାଉଥିଲା । ଏହି ରାସ୍ତାଟିର ପ୍ରତ୍ୟେକ ଧୁଳୀ ଓ ମାଟି ପବିତ୍ର । ବହୁ ମହାପୁରୁଷ ପର୍ଯ୍ୟଟକ ପରିଗ୍ରାହାକଙ୍କ ପାଦ ଏମାଟିକୁ ପବନ କରିଛି । ଶ୍ରୀ ଚୌତନ୍ୟଦେବ, ମହାତ୍ମା ଗାନ୍ଧୀ, ରବିନ୍ଦ୍ର ନାଥ ଟାଗୋର, ବିଦେଶିପରିଗ୍ରାହିକ ପାଦ ଷ୍ପର୍ଶରେ ଧନ୍ୟ ହୋଇଛି । ୧୫୬୮ ଖ୍ରୀ,ରୁ ୧୫୭୮ ପର୍ଯ୍ୟନ୍ତ ଭଦ୍ରକ ଆଫଗାନ ଶାସକଙ୍କ ଅଧିନରେ ଥିଲା । ସେତେ ବେଳେ ସେମାନଙ୍କର ଦୌରାତ୍ମ୍ୟରୁ କେହି ତ୍ରାହି ପାଇନଥିଲେ । ମା’ଙ୍କ ଆବିର୍ଭାବ ସଂପର୍କରେ କୌଣସି ଏଯାଁଏ ଐତିହାସିକ ତଥ୍ୟ ନାହିଁ । ୧୭୯୦ମସିହାରେ ଜି ଏଫ ଲିକୁ ନାମକ ଜଣେ ଇଂରେଜ ପର୍ଯ୍ୟଟକ ଏବଂ କର୍ଣ୍ଣେଲ ପିଅରସ ଏହି ସାତଭଉଣୀ ତଲାଓ ପୋଖରୀ ସଂପର୍କରେ ଉଲ୍ଲେଖ କରିଛନ୍ତି । ଏଥିରୁ ଷ୍ପଷ୍ଟ ଅନୁମାନ କରାଯାଇପାରେଯେ ମା’ ସାତଭଉଣୀଙ୍କର ଆବିର୍ଭାବ କେତେ ପ୍ରାଚିନ । କିମ୍ବଦନ୍ତି ଅନୁଯାଇ, ମା’ଙ୍କ ମୁଳ ପୀଠ ସ୍ଥଳୀ ବିରଜା କ୍ଷେତ୍ର । ଯାଜପୁର ଶ୍ରୀକାନ୍ତ ନାମଧାରି ଜଣେ ନିଃସନ୍ତାନ ରାଜାଙ୍କର ସେବା ପୂଜାରେ ସନ୍ତୁଷ୍ଟ ହୋଇ ସପ୍ତମାତୃକା ଦେବୀ ଗଣ ଭଦ୍ରକର ବିଭିନ୍ନ ଗ୍ରାମରେ ସେମାନଙ୍କର ଆସ୍ଥାନ ଥାପିଛନ୍ତି ।

ରାଜା ଦିନେ ଏକାଗ୍ରତ ଚିତ୍ତରେ ଦେବୀଙ୍କୁ ଆରାଧାନା କରୁକରୁ ସ୍ୱପ୍ନାଦେଶ ଲାଭ କଲେଯେ, ପ୍ରତିଅମାବାସ୍ୟାରେ ଅର୍ଦ୍ଧରାତ୍ରରେ ନଗର ଭ୍ରମଣରେ ମୋସହିତ ୬ଭଉଣୀ ବାହାରିବୁ । ଆମ୍ଭ ମାନଙ୍କର ଭୈରବି ଦୃର୍ଷ୍ୟରେ ନଡ଼ରି ସେବାପୂଜାରେ ଆମକୁ ସନ୍ତୁଷ୍ଟ କରିପାରିବୁ ତେବେ ତୁମର ଓ ତୁମ ପ୍ରଜା ମାନଙ୍କର କାମନା ପୁରଣ କରୁବୁ । ତାହାହିଁ ହେଲା । ରାଜା ବିଲ୍ୱଗ୍ରାମ ଯାହାଏବେ ବିଲ୍ଲାବାଡ଼ିରେ ପରିଚିତ ସେଠାରେ ନଅର ସ୍ଥାପନା କରି ଅଦୁରରେ ଏକ ସ୍ମଶାନ ନିକଟରେ ସମସ୍ଥ ସାହାସ ଠୁଳ କରି ଦେବୀ ଆରାଧନାରେ ନିମଗ୍ନ ରହିଲେ । ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ମା ଆଗକୁ ଯାଇ ସେଠାରେ ରହିଗଲେ । ଭଦ୍ରକର ଭଦ୍ରକାଳୀ, ବଙ୍କସାହୀରେ ବଙ୍କବାସୁଳୀ, କୋରକୋରାରେ ଆମ୍ବକାଳୀ, ବଳାଜିତପଡ଼ାରେ ଝଙ୍କଡ଼ଶୁଣୀ, ଚୁନିଦାରେ କ୍ଷେତ୍ରବାସୀନୀ, ଗରଦପୁରରେ ସୁବର୍ଣ୍ଣମୁଖୀ ଓ ହରିପୁରରେ ସାତଭଉଣୀ ଭାବ ଅଧିଷ୍ଠିତା ହୋଇ ସପ୍ତମାତୃକା ରାଜା ଓ ତାଙ୍କର ପ୍ରଜାମାନଙ୍କର ଦୁଃଖ ଦୁରକରିଥିଲେ ।

LEAVE A REPLY

Please enter your comment!
Please enter your name here