ଭଦ୍ରକ:ଭଦ୍ରକ ଜିଲ୍ଲାରୁ ଆଜି ଆଉ ନୂଆ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୧୩୯ ହୋଇଛି । ଅନ୍ୟପକ୍ଷରେ ଆଉ ୩୪ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୩୧୨ ହୋଇଛି । ଏବେ ଆଉ ୮୧୭ଜଣ ଆକ୍ରାନ୍ତ ଆକଫିଭ ଅଛନ୍ତି ।

ସୂଚନା ଅନୁଯାୟୀ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୩ ଜଣ, ବାସୁଦେବପୁର ପୌରପାଳିକାରୁ ୩ଜଣ, ଭଦ୍ରକ ବ୍ଲକରୁ ୯ଜଣ, ଭଦ୍ରକ ପୌରପାଳିକାରୁ ୧୨, ବନ୍ତ ବ୍ଲକରୁ ୭ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୧୩ଜଣ, ଧାମନଗର ବ୍ଲକରୁ ୨ଜଣ, ତିହିଡି ବ୍ଲକରୁ ୬ ଜଣ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୬୫ ହଜାର ୮୭୬ ନମୁନା ପରୀକ୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here