ଭଦ୍ରକ (ଜିପ୍ର):ଗତ ଅଗଷ୍ଟ ମାସରେ ଘଟିଥିବା ବୈତରଣୀ ନଦୀର ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରର ଏକ ୨ଜଣିଆ ଟିମ୍‍ ସହ ଓଡିଶାର ୨ଜଣଙ୍କୁ ନେଇ ଏକ ୪ଜଣିଆ ପ୍ରତିନିଧି ଦଳ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଦଳରେ ନେତୃତ୍ୱ ନେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିିବ ପ୍ରବୀଣ ବଶିଷ୍ଠ ।

ଏହି ପ୍ରତିନିଧି ଦଳକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଉପକଣ ଷଠିପୁର ଠାରୁ ତାଙ୍କ ଅଣାଯାଇଥିଲା । ଏହି ପ୍ରତିନିଧି ଦଳରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଅମ୍ରିଶ ପାଲସିଂ, କୃଷି ନିର୍ଦ୍ଦେଶକ ଏମ୍‍. ମୁଥୁକୁମାର ଏବଂ ଓଡିଶା ଜଳ ସମ୍ପଦ ବିଭାଗର ଉପଦେଷ୍ଠା ଯୁଗଳ କୁମାର ତ୍ରିପାଠୀ ସାମିଲ ଥିଲେ । ଏହି ପ୍ରତିନିଧି ଦଳ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନ କରିବା ପରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରିଥିଲେ ।

ଏହି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଜିଲ୍ଲାର ସର୍ବାଧିକ ବନ୍ୟା କ୍ଷତିଗ୍ରସ୍ତ ଧାମନଗର ବ୍ଲକର ବୟାଙ୍ଗଡିହି ଓ କୋଠାର ଅଞ୍ଚଳକୁ ଯାଇ ସେଠାରେ କ୍ଷତିଗ୍ରସ୍ତ ଚାଷଜମି ଗୁଡିକର ପରିଦର୍ଶନ କରିବା ସହ ଶହେରୁ ଉର୍ଦ୍ଧ୍ୱର୍ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଏଭଳି ବନ୍ୟା ଆଗରୁ କେବେ ହୋଇଥିଲା କି ନାହିଁ ପଚାରି ବୁଝିଥିଲେ । ଜମିରେ କେତେ ପାଣି ମାଡିଥିଲା ଓ ଏବେ କେଉଁ ଚାଷ କରାଯାଇପାରିବ ବୋଲି ଚାଷୀମାନଙ୍କୁ ପଚାରି ବୁଝିଥ୍‍ିଲେ । ମୁଗ, ବିରି ଓ ସୋରିଷ ଆଦି ଶସ୍ୟଜାତୀୟ ଫସଲ କରିବା ପାଇଁ ଚାଷୀମାନେ ମତପ୍ରକାଶ କରିଥିଲେ । ପରେ ଏହି ପ୍ରତିନିଧି ଦଳ ସେହି ବ୍ଲକର ଫତେପୁର ପଞ୍ଚାୟତର ନେଞ୍ଜରା ଗାଁକୁ ଯାଇ ବନ୍ୟା କ୍ଷତିଗ୍ରସ୍ତ ବାସଗୃହ ଗୁଡିକର ଅବସ୍ଥା ବୁଲି ଦେଖିଥିଲେ । ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଡିଆରଡିଏ ପିଡି ମଧୁସୂଦନ ଦାସଙ୍କ ସମେତ ସ୍ଥାନୀୟ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଜଳସମ୍ପଦ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ପରେ ଭଦ୍ରକ ପାନ୍ଥନିବାସରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ଗତ ବୈତରଣୀ ବନ୍ୟା ବିଭୀଷିକା ଓ ବନ୍ୟାଞ୍ଚଳ ଗୁଡିକର ବିଭିନ୍ନ ଚିତ୍ର ପ୍ରୋଜେକଫର ମାଧ୍ୟମରେ ପ୍ରଦର୍ଶନ କରାଯାଇ କେନ୍ଦ୍ରୀୟ ଟିମ୍‍ କୁ ଅବଗତ କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ବନ୍ୟା ଯୋଗୁଁ କ୍ଷତି, ଏହାର ନିରାକରଣ ଓ ବନ୍ୟା ପରବର୍ତ୍ତୀ ସମୟରେ ବନ୍ୟା ବିପନ୍ନଙ୍କୁ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ବ୍ୟତୀତ ବନ୍ୟା ଦ୍ୱାରା କ୍ଷୟକ୍ଷତି ଘଟିଥିବା ଫସଲ, ରାସ୍ତାଘାଟ, ନଦୀବନ୍ଦ, ପୋଲ, କଲଭର୍ଟ, ସ୍କୁଲ ବିଲଡିଂ ଆଦି ସମ୍ପର୍କରେ ବୈଠକରେ ପ୍ରତନିଧି ଦଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଦାସ, ଏଡିଏମ୍‍(ସାଧାରଣ)ଶ୍ୟାମଭକ୍ତ ମିଶ୍ର, ଡିଆରଡିଏ ପିଡି ଶ୍ରୀ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରସାଦ ନାୟକଙ୍କ ସମେତ ବିଭିନ୍ନ ଲାଇନ୍‍ ଡିପାର୍ଟମେଣ୍ଟର ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here