ଭଦ୍ରକ :ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମତିଙ୍କ ସଂଖ୍ୟା ଦୃତ ଗତିରେ ବଢିଚାଲିଛି । ଆଜି ସୁଦ୍ଧା ଜିଲ୍ଳାରେ ୩୫୮୫ଜଣ କରୋନ ଆକ୍ରାନ୍ତରେ ଶିକାର ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦ଜଣ ପ୍ରାଣ ହରାଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା : କରୋନା କବ୍‍ଜାରେ ଭଦ୍ରକ ଜିଲ୍ଲାର ଏକାଧିକ ପ୍ରଶାସକ ଓ ରାଜନେତା କବଳିତ ହୋଇଛନ୍ତି ।

ଜିଲ୍ଳାରେ କରୋନା କବଳରେ କବଳିତ ହୋଇଥିବା ରାଜନେତାମାନେ ହେଲେ-ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଲୋକସଭାସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପ୍ରାକ୍ତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ଭଦ୍ରକ ପୌରାଧ୍ୟକ୍ଷ ଲୁଲୁ ସାମଲ ଓ ଜିଲ୍ଳା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ ।

ସେହିପରି ଜିଲ୍ଲାର ଅନେକ ବରିଷ୍ଠ ପ୍ରଶାସକ କରୋନା ଆକ୍ରାନ୍ତରେ ଶିକାର ହୋଇଛନ୍ତି । ଏହି ତାଲିକାରେ-ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଡିଆର୍‍ଡିଏର ଏପିଡି ରାଜେନ୍ଦ୍ର ପଣ୍ଡା, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଚାନ୍ଦବାଲି ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା, ବାସୁଦେବପୁର ବିଡିଓ ପ୍ରଣୟ ଜେନା, ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ, ଧାମନଗର ତହସିଲଦାର ରାଧାକାନ୍ତ ବାରିକ ଓ ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କ ନାମ ରହିଛି ।

ସେହିଭଳି ଜିଲ୍ଲାର ରାଜନେତା ଓ ପ୍ରଶାସକଙ୍କ ବ୍ୟତୀତ କୋଭିଡ୍‍ ଯୋଦ୍ଧା ଭାବେ କାର୍ଯ୍ୟରତ ବହୁ ଥାନା ଅଧିକାରୀ, ପୋଲିସ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କୋଭିଡ୍‍ ଯୁଦ୍ଧର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବହୁ ଡାକ୍ତର, ଡାକ୍ତରଖାନା କର୍ମଚାରୀମାନଙ୍କୁ କରୋନା କବଳିତ କରିଛି । ବିଶେଷ କରି କୋଭିଡ୍‍ ପରିଚାଳନାରେ ଥିବା ଜିଲ୍ଲା ମହାମାରୀ ବିଶେଷଜ୍ଞ ଡାକ୍ତର କାଶୀନାଥ ପଣ୍ଡା ଓ ଡାକ୍ତର ଜୟନ୍ତକୁମାର ପଣ୍ଡାଙ୍କୁ ବି କରୋନା ଆକ୍ରାନ୍ତ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here