ଭଦ୍ରକ :ବିଶିଷ୍ଟ ଔପନ୍ୟାସିକ, ଶିକ୍ଷାବିତ୍‍ ଦେବେନ୍ଦ୍ର ଲାଲ ସାହୁଙ୍କର ଗତକାଲି(୬ ସେପେଫମ୍ବର )ତାରିଖ ସଂଧ୍ୟା ରେ ନିଜ ଗାଁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଓଡେଇ ଗାଁ ଠାରେ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ହାଇସ୍କୁଲର ଶିକ୍ଷକତାରୁ ଅବସର ନେବାପରେ ଶ୍ରୀ ସାହୁ ଜଣେ ସୁନାମଧନ୍ୟ ସାହିିୟିକ ଭାବେ ଯାଜପୁର ଅଞ୍ଚଳରେ ଖ୍ୟାତି ଅର୍ଜନ କରି ବହୁଲୋକଙ୍କର ପ୍ରିୟପାତ୍ର ଥିଲେ ।

ତାଙ୍କ ସାହିତ୍ୟ ସର୍ଜନା ଗୁଡିକ ମଧ୍ୟରେ-“ମଥା ସିନ୍ଦୁର’, “ଉର୍ବଶୀର ତୃଷ୍ନା’, “ମୁନିକନ୍ୟା ଶକୁନ୍ତଳା’, ଶେଫାଳିର ସ୍ୱପ୍ନ, କଳିଙ୍ଗ କନ୍ୟା, “ଦ୍ୱିତୀୟ ସ୍ୱୟଂବର’, “ମୁଁ ଉଜ୍ଜୟିନୀର ଝିଅ’ ଓ “ହବୁ ଯଦି ହେବୁ ପାରି’ଆଦି ଉପନ୍ୟାସ ପାଠକୀୟ ଆଦୃତି ଲାଭ କରିଛି । ଆହୁରି ଅନେକ ଗଳ୍ପ, ଉପନ୍ୟାସ ପ୍ରକାଶ ଅପେକ୍ଷାରେ ରହିଛି ।

ଶ୍ରୀ ସାହୁ ନିଜର ବଳିଷ୍ଠ ଲେଖନୀ ଓ ସାରସ୍ୱତ ପ୍ରତିଭା ପାଇଁ ରାଜ୍ୟ ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ ବହୁ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍‍ୀକୃତି ଓ ମାନପିର ପାଇଛନ୍ତି ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ ଓ ଧର୍ମପ୍ରାଣ ବ୍ୟକ୍ତି ଥିଲେ ସେ ନିଜ ଅଞ୍ଚଳରେ ଏକ ଶିବମନ୍ଦିର ପ୍ରତିଷ୍ଠା କରିଥିଲେ ଏବଂ ବିଭିନ୍ନ ଆଞ୍ଚଳିକ/ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଜ୍ୟେଷ୍ଠପୁତ୍ର ବିଭୁତିଭୂଷଣ, କନିଷ୍ଠ ପୁତ୍ର ନୀଳାଦ୍ରି, ପୁତ୍ରବଧୂ, କନ୍ୟାମାନେ ଉପସ୍ଥିତ ଥିଲେ । ଶ୍ରୀ ସାହୁଙ୍କ ବିୟୋଗରେ ସେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here