ଭଦ୍ରକ :ଭଦ୍ରକ ଜିଲ୍ଲପାଳ ଡ. ଜ୍ଞାନ ଦାସ ଆଜି ଧାମନଗର ବ୍ଳକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଚାଉଳ ଓ ଅର୍ଥରାଶିର ବଣ୍ଟନ ସଠିକ ଭାବେ ହେଉଛି କି ନାହିଁ ଏହାର ତଦାରଖ କରିଥିଲେ । ବନ୍ୟାରେ ଭାଙ୍ଗି ଯାଇଥିବା ଘର ଗୁଡିକ ବୁଲି ଦେଖିବା ସହ ସେମାନଙ୍କର ବର୍ତ୍ତମାନର ସ୍ଥିତି ପଚାରି ବୁଝିଥିଲେ ।

ଜିଲ୍ଲାପାଳ ଧାମନଗର ବ୍ଲକର ନେଞ୍ଜରା, ଫତେପୁର, ନଦୀଗାଁ ଗ୍ରାମକୁ ସେଠାରେ ଘରଭଙ୍ଗା ଦେଖିବା ସହିତ ଚାଷଜମି ଦେଖି ଫସଲହାନୀ ସମ୍ପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ । ପରେ ଶିବପୁର ଗ୍ରାମରେ ବଣ୍ଟନ ହେଉଥିବା ରିଲିଫ ବାବଦକୁ ୫୦ କିଲୋ ‘ାଉଳ ଓ ୫ଶହ ଟଙ୍କାର ସୁଷମ ବଣ୍ଟନର ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଧାମନଗର ସହକାରୀ କୃଷି ଅଧିକାରୀ ରାଧାରମଣ ମହନ୍ତ, ଅତରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here