ଭଦ୍ରକ :ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଲଗାତର ୩ଦିନରେ ୩୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୩ତାରିଖରେ ଜିଲ୍ଲାର ସର୍ବାଧିକ ୧୮୬ଟି ପଜିଟିଭ୍‍ ଚିହ୍ନଟ ହୋଇଥିବା ବେଳେ ୪ ତାରିଖରେ ୧୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ଆଜି ଜିଲ୍ଲାର ୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୬ଜଣ, ବାସୁଦେବପୁର ପୌରପାଳିକାରୁ ୨ଜଣ, ଭଦ୍ରକ ବ୍ଳକରୁ ୧୯ଜଣ, ଭଦ୍ରକ ପୌରପାଳିକାରୁ ୫ଜଣ, ବନ୍ତ ବ୍ଳକରୁ ୧ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୮ଜଣ, ଚାନ୍ଦବାଲି ବ୍ଳକରୁ ୨ଜଣ, ଧାମନଗର ବ୍ଳକରୁ ୬ଜଣ, ତିହିଡି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି ।

ବନ୍ତ ବ୍ଲକର ଜାନୁଗଞ୍ଜ, ଧାମନଗର ବ୍ଲକର ଅସୁରାଳି, ଦିହୁଡି ଆନନ୍ଦପୁର, ଭଟସାହି, ଦଇପୁର, ରଇପୁର, ଚୂଡାକୁଟି, ଚାନ୍ଦବାଲି ବ୍ଲକର ଦୋସିଙ୍ଗା, ନଳଗୋହିରା, ଆରଡି,ଭଦ୍ରକ ବ୍ଲକର ରାଣିତାଲ, ବାଉଦପୁର, ବହୁଦରଡା, ଗେଲପୁର, ସାବରଙ୍ଗ, ଅେ„ଇପଲ୍ଲୀ, କାଉପୁର, ସାହାଡା, ଭଣ୍ଡାରିପୋଖରୀ ବ୍ଲକର ପାଟୁଳୀ, ନେରଡା, ବୟବନାପୁର, ରହଣିଆ, ଦକ୍ଷିଣବାଡ, ତେସିଂଗା, ବାସୁଦେବପୁର ବ୍ଲକର ଆର୍ତ୍ତୁଂ, ବିନାୟକପୁର, ଅରଣ୍ଡୁଆ, ଇରମ, ବ୍ରାହ୍ମଣୀଗାଁ, ବରଣ୍ଡୁଆ, ଭଦ୍ରକ ପୌରପାଳିକାର ଓ୍ୱାର୍ଡ ନଂ-୨୨, ୧୪, ୭, ୧୫, ୧୨,୧୩, ୧୦, ତିହିଡି ବ୍ଳକର କୋହ୍ଲ ପଞ୍ଚାୟତରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୮ରେ ପହଁଞ୍ଚିଛି । ସେହିଭଳି ଆଜି ସୁଦ୍ଧା ଜିଲ୍ଲାରେ ୨୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୮୨୯ଟି ଆକଫିଭ୍‍ କେଶ ରହିଛି । ସେହିଭଳି ଜିଲ୍ଲାରେ ଆଜିସୁଦ୍ଧା ୯ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି ।

LEAVE A REPLY

Please enter your comment!
Please enter your name here