ଭଦ୍ରକ :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଦ୍ରକ ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କ ନିର୍ଦ୍ଦେଶକଅମେ ପ୍ରଶାସନ ପକ୍ଷରୁ ଆଜି ଜେଇଇ(ମେନ)ପରୀକ୍ଷା ପାଇଁ ମୋଟ ୩୩ଜଣ ପରୀକ୍ଷାର୍ଥୀ ଓ ୧୨ଜଣ ଅଭିଭାବକଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ।

ଆଜି ଭଦ୍ରକ ବସ୍‍ଷ୍ଟାଣ୍ଡରେ ଗୋଟିଏ ବସ୍‍ରେ ୨୪ଜଣ ପରୀକ୍ଷାର୍ଥୀଙ୍କୁ ୯ଜଣ ଅଭିଭାବକଙ୍କ ସହ ଭୁବନେଶ୍ୱର ଅଭିମୁଖେ ପଠାଯାଇଥିବା ବେଳେ ଗୋଟିଏ ବୋଲେରୋ ରେ ୬ଜଣ ପରୀକ୍ଷାର୍ଥୀ ଓ ୩ଜଣ ଅଭିଭାବକଙ୍କୁ ବାଲେଶ୍ୱର ଅଭିମୁଖେ ପଠାଯାଇଛି ।

ସେହିଭଳି ଅନ୍ୟ ଗୋଟିଏ ବଲେରୋରେ ୩ଜଣ ପରୀକ୍ଷାର୍ଥୀଙ୍କୁ କଟକ ପରୀକ୍ଷା କେନ୍ଦ୍ର ଅଭିମୁଖେ ପଠାଯାଇଛି । ଏହି ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଯିବା ବେଳେ ଉପଜିଲ୍ଲାପାଳ ମନୋରମା ଭୂୟାଁ, ସହକାରୀ ଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ, ଆରଟିଓ ବିରଞ୍ଚିନାରାୟଣ ଅଧିକାରୀ ଓ ସରକାରୀ ପଲ୍ଲିଟେକ୍ନିକ୍‍ କଲେଜ ପ୍ରିନ୍ସିପାଲ ଶରତଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ

LEAVE A REPLY

Please enter your comment!
Please enter your name here