ନୂଆଦିଲ୍ଲୀ: ଜଣେ ଭିକାରୀ ପାଖରେ କେବେ କୋଟି କୋଟି ଟଙ୍କା ଥିବ ବୋଲି ଆପଣ ଭାବି ପାରୁଛନ୍ତି? ଭାବିବା ତ ଦୂର କଥା ଏଭଳି କଥା ଆମମାନଙ୍କ ମନକୁ ମଧ୍ୟ କେବେ ଆସେ ନ ଥାଏ କି ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବ।

କେବେ କେବେ ତ ଆମେମାନେ ଭିକାରୀର ଚେହେରା ବା ଅବସ୍ଥା ଦେଖି ସେମାନଙ୍କୁ ଟଙ୍କା ଦେଇ ଦେଉ। ହେଲେ ଆମେ ଜାଣି ନ ଥାଉ କି ପ୍ରକୃତରେ ତାଙ୍କ ପାଖରେ କ’ଣ ଅଛି ଓ କେତେ ଟଙ୍କା ଅଛି ଇତ୍ୟାଦି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିକାରୀର ବ୍ୟାଙ୍କ ଆକାଉଣ୍ଟ୍‌ରୁ ଏତେ ଟଙ୍କା ବାହାରିଲା ଯେ ବ୍ୟାଙ୍କରେ ଟଙ୍କା ସରିଗଲା।

ଏହି କଥାଟା ଶୁଣିବା ପରେ ଆପଣ ବି କେବେ ଏହାକୁ ବିଶ୍ୱାସ କରି ପାରୁ ନ ଥିବେ। ହେଲେ କଥାଟି ସତ ବୋଲି ଜଣାପଡ଼ିଛି। ପଶ୍ଚିମ ଏସିଆର ଲେବ୍‌ନାନ୍‌ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଏହି ଭିକାରୀର ବ୍ୟାଙ୍କ୍‌ ଖାତାରେ ପାଖାପାଖି ୬.୩୭ କୋଟି ଟଙ୍କା ଥିବା ନେଇ ଖୁଲାସା ହୋଇଛି। ଏହା ଜଣାପଡ଼ିବା ପରେ ଉକ୍ତ ଭିକାରୀ ଜଣଙ୍କ ବିଷୟରେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଏପରିକି ସେ ଯେଉଁଠି ବସି ଭିକ୍ଷା ମାଗୁଥିଲେ ସେଠି ମଧ୍ୟ ତାଙ୍କ ବିଷୟରେ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଲା ତାଙ୍କର ଏହି କୋଟି କୋଟି ଟଙ୍କାର ଖୁଲାସା ମଧ୍ୟ ସମସ୍ତଙ୍କୁ ଚକିତ କଲାଭଳି ହୋଇଛି।

ଲେବ୍‌ନାନ୍‌ର ସିଦୋନ ସହରର ଏକ ପ୍ରସିଦ୍ଧ ହସ୍ପିଟାଲ୍‌ ସାମ୍ନାରେ ଜଣେ ମହିଳା ସାରାଦିନ ଭିକ୍ଷା ମାଗୁଥିଲେ। ସେ ଦୀର୍ଘ ୧୦ ବର୍ଷ ହେବ ସେଠାରେ ଭିକ୍ଷା ମାଗି ଆସୁଥିଲେ। କାହାକୁ ଜଣା ନ ଥିଲା କି ଉକ୍ତ ମହିଳାଙ୍କ ପାଖରେ ଏତେ ଟଙ୍କା ଥିବ ବୋଲି।

ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣକ ତାଙ୍କର ଟଙ୍କାକୁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ ଟ୍ରାନ୍ସଫର୍‌ କରିବା ପାଇଁ ବ୍ୟାଙ୍କ୍‌ରେ ପହଞ୍ଚିଥିଲେ। ଏହି ସମୟରେ ବ୍ୟାଙ୍କ୍‌ରେ ଏତେ ଟଙ୍କା କ୍ୟାସ୍‌ ଆକାରରେ ଦେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ଏହାପରେ ତାଙ୍କର ୨ ଟି ଚେକ୍‌ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲ।

୨ଟି ଚେକ୍‌ରେ ୨୦୧୯ ସେପ୍ଟେମ୍ବର ୩୦ ତାରିଖ ଲେଖା ଯାଇଥିଲା। ଚେକ୍‌ ଭାଇରାଲ ହେବାପରେ ପୂରା ଘଟଣାର ଖୁଲାସା ହୋଇଥିଲ। ଭିକ୍ଷା ବୃତ୍ତି କରି ଏହି ଟଙ୍କା କମାଇଥିବା କଥା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here