ଫନି ବାତ୍ୟା ପରର ଘଟଣା । ଏମିତି ତରତର ହୋଇ ଡାକ୍ତରଖାନା ବାହାରିବା ବେଳକୁ ମୋବାଇଲ ବାରମ୍ବାର ବାଜି ଉଠିଲା । ନିଜକୁ ପ୍ରସ୍ତୁତ କରୁଥିବାରୁ ତରତର ହେଲେ ମଧ୍ୟ ଫୋନ ଧରିଲି, ତାହା ଥିଲା ମୋ କଲେଜ ବେଳର ସାଙ୍ଗ ପ୍ରତୀମାର । ବହୁଦିନ ପରେ ତା ଫୋନ ଆଶ୍ଚର୍ଯ୍ୟ କରିଥିଲା ମୋତେ । ମୋତେ ଭେଟିବ ବୋଲି କହିବାରୁ ପରଦିନ ଘରକୁ ଆସିବା ପାଇଁ ତାକୁ କହିଲି । ସେ ଭାରି ବ୍ୟସ୍ତ ଥିଲା ତା ସାନ ଭଉଣୀ ଦେବୀକାର ବାହାଘର ପାଇଁ । ମୋତେ ପଚାରିଲା “ପ୍ରସ୍ତାବଟି ବହୁତ ଭଲ, ପିଲାଟି ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରେ, ମୋତେ ବନ୍ଧୁବାନ୍ଧବ ଭିତରୁ କହୁଛନ୍ତି ଯେ ବିବାହ ପୂର୍ବରୁ ଦୁଇଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଭଲ । ଆମେ ଝିଅଘର ପକ୍ଷ ହୋଇଥିବାରୁ କେମିତି କ’ଣ କହିବୁ ବଡ଼ ଚିନ୍ତାରେ ରହିଛି । ମୁଁ ଭାବୁଛି ତୁ ସଠିକ ପରାମର୍ଶ ହିଁ ଦେଇପାରିବୁ ।’ ମୁଁ ତାକୁ କହିଲି ବିବାହ ଏକ ପବିତ୍ର ବନ୍ଧନ । ଏଥିରେ ବାନ୍ଧିହୋଇ ଯିବା ପରେ ପତି-ପତ୍ନୀ ଦୁହେଁ ପୁରସ୍ପର ମଧ୍ୟରେ ନିଜର ସୁଖଦୁଃଖ ବାଣ୍ଟିଥାନ୍ତି । ତେବେ ବର୍ତ୍ତମାନର ଯୁବପୀଢ଼ି ଏହି ଅତୁଟ ବନ୍ଧନ ଆରମ୍ଭ ହେବା ପୂର୍ବରୁ ପରସ୍ପରର ସ୍ୱାସ୍ଥ୍ୟ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାଫଳରେ ନିଜ ଜୀବନ ସାଥୀର ସ୍ୱାସ୍ଥ୍ୟ ସଂପର୍କରେ ପ୍ରଥମରୁ ଜାଣି ହେବ, ଯାହା ଭବିଷ୍ୟତ ବଂଶଧରଙ୍କ ପାଇଁ ଭଲ । କାରଣ ଆଜିକାଲିର ପରିବର୍ତ୍ତିତ ଜୀବନ ଶୈଳୀରେ କେତେବେଳେ କେଉଁ ରୋଗ କମ ବୟସରେ ଶରୀରକୁ ଗ୍ରାସ କରିବ ତାହା କହିହେବ ନାହିଁ । ତେବେ ଯଦି ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ପ୍ରଥମରୁ ଏ ସଂପର୍କରେ ଜାଣିହେବ ସେଥିରୁ ରକ୍ଷା ପାଇବା ନିମନ୍ତେ ଉପାୟ କରାଯାଇପାରିବ । ସେଥିପାଇଁ ଆଜିକାଲି ଜାତକ ମେଳକ ସାଙ୍ଗକୁ ରକ୍ତ କୁଣ୍ଡଳୀ ଯାଞ୍ଚକୁ ପ୍ରାଥମିକତା ଦିଆଯାଉଛି । ଏହାଦ୍ୱାରା ବଂଶଗତ ରୋଗରୁ ମଧ୍ୟ ରକ୍ଷା ମିଳିପାରିବ । ବିବାହ ପୂର୍ବରୁ ବରକନ୍ୟା ଉଭୟଙ୍କର ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା କରିବା ଉଚିତ । ବିଶେଷ କରି ରୁଟିନ ଟେଷ୍ଟରେ ବ୍ଲଡଗ୍ରୁପ୍, ଏଚ୍ଆଇଭି, ଡାଇବେଟିସ ଇତ୍ୟାଦିକୁ ସାମିଲ କରିବା ଆବଶ୍ୟକ । ଏହା ସଉକ ନୁହେଁ, ଏହା ଆବଶ୍ୟକତା ଏବଂ ବର୍ତ୍ତମାନର ଅତ୍ୟାଧୁନିକ ଯୁଗର ଯୁବପୀଢ଼ି ଏଥିପ୍ରତି ସଚେତନ ହେବାରେ ଲାଗିଲେଣି । ବିଭିନ୍ନ ପ୍ରକାର ଆନୁବଂଶିକ ରୋଗ, ଥାଲାସେମିଆ, ହିମୋଫେଲିଆ ଇତ୍ୟାଦି ମଧ୍ୟ ଯାଞ୍ଚ କରିବା ଉଚିତ । ସେହିପରି ହିମୋଗ୍ଲୋବିନ, କ୍ୟାଲସିୟମ, ମ୍ୟାଲେରିଆ, ୟୁରିନ ଟେଷ୍ଟ ଆଦି କରାଇନେବା ସର୍ବୋତ୍ତମ । ଯିଏ ଶାରୀରିକ ଭାବରେ ମାନ୍ଦା ଏବଂ ଅଧିକ ମୋଟା ସେ କୋଲଷ୍ଟ୍ରଲ ଏବଂ ଲିପିଡ ପ୍ରୋଫାଇଲ ମଧ୍ୟ ଯାଞ୍ଚ କରିବା ଜରୁରୀ । ଚିକିତ୍ସକଙ୍କ ମତରେ ବିବାହ ପୂର୍ବରୁ ଡାକ୍ତରୀ ପରୀକ୍ଷା ଅନେକ ଦିଗରୁ ଲାଭଦାୟକ । ଏଚଆଇଭି ଟେଷ୍ଟ ଦ୍ୱାରା ଏଡ଼ସର ପ୍ରସାରକୁ ରୋକି ହେବ ।
ଏସବୁ ପରୀକ୍ଷା କରିବାର ଉପକାରୀତା ହେଉଛି ଏଇଆ ଯେ, ଆଜିକାଲି ଡାଇବେଟିସ ଏବଂ କ୍ୟାନସର ରୋଗ ବଂଶଗତ କାରଣୁ ପ୍ରଭାବିତ ହେଉଥିବା କୁହାଯାଉଛି । ଚିକିତ୍ସା ବିଜ୍ଞାନ ମତରେ ମାତାପିତା ଉଭୟଙ୍କ ବଂଶରେ ଏହି ରୋଗ ଥିଲେ ଭବିଷ୍ୟତ ବଂଶଧର ଏଥିରେ ପୀଡ଼ିତ ହେବାର ଆଶଙ୍କା ଅଧିକ । ପୁଅ କିମ୍ବା ଝିଅ ଉଭୟଙ୍କ ମଧ୍ୟରୁ କାହାର କୌଣସି ରୋଗର ଲକ୍ଷଣ ଥିଲେ ସେମାନଙ୍କ ପିଲାକୁ ସେହି ରୋଗ ହେବାର ଭୟ ଅଧିକ । ଏଥିରୁ ଫିଟନେସ ସଂପର୍କରେ ଜାଣି ହେବ । ଯଦି ଆପଣ ସଂପୂର୍ଣ୍ଣ ଫିଟ ତେବେ ବିବାହ ପରେ ନୂଆ ଜୀବନ ଆରମ୍ଭ କରିବା ପାଇଁ ମାନସିକ ଭାବେ ଦୃଢ଼ ହୋଇପାରିବେ । ରୋଗ ସଂପର୍କରେ ଜାଣି ପାରିଲେ ତାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇପାରିବ ।
ଏହି ଡାକ୍ତରୀ ପରୀକ୍ଷା କରିବା ପୂର୍ବରୁ ନିଜ ପରିବାରର ମେଡ଼ିକାଲ ହିଷ୍ଟ୍ରୀକୁ ଜାଣନ୍ତୁ ଏବଂ ଯାଞ୍ଚ ଏବଂ ଏଥିପ୍ରତି ଜଡ଼ିତ ସମସ୍ତ ପ୍ରଶ୍ନଉତ୍ତର ଗୋଟିଏ କାଗଜରେ ଲେଖି ରଖନ୍ତୁ । ପରୀକ୍ଷା ପାଇଁ ଯିବା ସମୟରେ ନିଜ ସହିତ ପୂର୍ବ ଟେଷ୍ଟର ରିପୋର୍ଟ ନିଅନ୍ତୁ । କୌଣସି ରୋଗର ଚିକିତ୍ସା ଚାଲିଥିଲେ ତାର ପ୍ରେସକିପସନ ସାଥୀରେ ନିଅନ୍ତୁ । ଚେକଅପର ଦିନକ ପୂର୍ବରୁ କୌଣସି ଔଷଧ ଖାଆନ୍ତୁ ନାହିଁ, ଏଥିପ୍ରତି ନିଜ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଯାଞ୍ଚ ବେଳେ କିଛି ଅଡ଼ୁଆ ଲାଗିଲେ ତାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତିକାର କରନ୍ତୁ । ଏଚଆଇଭି ସହିତ ହିମୋଗ୍ଲୋବିନ, କ୍ୟାଲସିୟମ, ମ୍ୟାଲେରିଆ, ୟୁରିନ ଟେଷ୍ଟ କରି ନିଅନ୍ତୁ । ଆଜିକାଲିର ଯୁଗରେ ସମ୍ମାନନୀୟ ସମ୍ପାଦକ ମହାଶୟ ନମସ୍କାର, ଏହି ଲେଖାଟି ସର୍ବାଧିକ ଲୋକପ୍ରିୟ “ସମୟ’ ପାଇଁ ପ୍ରସ୍ତୁତ ହୋଇଛି ଏହା ଅନ୍ୟତ୍ର କାହାରିକୁ ପ୍ରକାଶ ପାଇଁ ଦିଆଯାଇନାହିଁ । “ଲିଭ ଇନ୍ ରିଲେସିନସିପ’ ରହୁଛି । ସୂଚନା ପ୍ରଯୁକ୍ତିର ଜ୍ଞାନକୌଶଳ ପ୍ରେମୀଜୁଗଳ ହୁଅନ୍ତୁ ବା ସାମାଜିକ ବନ୍ଧନରେ ଜାତି ମେଳକର ବିଭାଘର । ସବୁଠି କେହି ପାଠସାଠରେ ପଛୁଆ ନାହାଁନ୍ତି । ଯୁଗ ତ ବଦଳିଛି ନିଶ୍ଚୟ, କିନ୍ତୁ ବିବାହ ପରି ଏକ ଚିରନ୍ତନ ଓ ପବିତ୍ର ବନ୍ଧନରେ ଗୋଟିଏ ସୂତ୍ରରେ ବାନ୍ଧି ହେବା ପୂର୍ବରୁ ଦୁଇଜଣ ପରସ୍ପରକୁ ଯେପରି ଜାଣିବା, ବୁଝିବା ଜରୁରୀ ଠିକ୍ ସେହିପରି ବିବାହ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଏକ ଅତ୍ୟନ୍ତ ଉପାଦେୟ କଥା । ମୁଁ ଜାଣିଛି କେତେକ କ୍ଷେତ୍ରରେ ଏହା ଭୁଲ ବୁଝାମଣା ବି ସୃଷ୍ଟି କରିଥାଏ । ସମ୍ପର୍କ ଯୋଡ଼ି ହେବା ପୂର୍ବରୁ ସବୁକିଛି ଭାଙ୍ଗିଯାଏ । କିନ୍ତୁ ବୈଦିକ ପ୍ରାର୍ଥନା, ବନ୍ଧୁବର୍ଗଙ୍କ ସାକ୍ଷୀ ମେଳରେ ଗୋଟିଏ ଛାତତଳେ, ଗୋଟିଏ ଘରେ ରହି ପରବର୍ତ୍ତୀ ସମୟରେ ସମ୍ପର୍କ ଯଦି ଭାଙ୍ଗିଯାଏ “ଛିଣ୍ଡିଗଲା ସୂତା ଗହଣ୍ଠିବା ସିନା’ ପରି । ଅନେକ ଦୃଢ଼ମନା, ସଂସ୍କାରବାଦୀ, ଆଦର୍ଶବ୍ୟକ୍ତିତ୍ୱ ଓ ବୁଦ୍ଧିମାନ ପାତ୍ର ଅଛନ୍ତି ଯେଉଁମାନେ ତାଙ୍କ ଆଡ଼ୁ ଏହି ପ୍ରସ୍ତାବ ଦେଇଥାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ରକ୍ଷଣଶୀଳତାର କଠୋରତା ଏସବୁକୁ ଦୁଃଖଦ କରିଦିଏ । ବୁଝାମଣା ଭୁଲ ହେଲେ ଜୀବନଟା ଅନ୍ଧକାର ଭିତରକୁ ଠେଲି ହୋଇଯାଏ । କେବଳ ଦୁଇମନ, ଦୁଇ ଦେହ ନୁହଁନ୍ତି ଦୁଇ ପରବାର ବର୍ଗ ଯେ କେତେ କଷ୍ଟ ଓ ଯନ୍ତ୍ରଣାକୁ ସାମ୍ନା କରିଥାନ୍ତି ତାହା ବୁଝିବା ବେଳକୁ ନେଡିଗୁଡ଼ କହୁଣୀକୁ ବୋହିଯାଇଥାଏ । ସେଦିନ ମୋ ସହ ଢ଼େର ସମୟ ଖୋଲା କଥା ହେବା ପରେ ସାଙ୍ଗ ପ୍ରତୀମା ଏକ ଆନନ୍ଦମୟ ଭାବନା ନେଇ ଫେରିଥିଲା । ମୋତେ ଖୁସି ଲାଗିଥିଲା ଯେ ସେ ଜଣେ ଡାକ୍ତରାଣୀ ହିସାବରେ ନୁହେଁ ମୋ ଠାରୁ ଜଣେ ଭଲ ସାଙ୍ଗ ଭାବେ ଏସବୁକୁ ବେଶ୍ ଭଲ ଭାବେ ବୁଝିପାରିଛି ।

LEAVE A REPLY

Please enter your comment!
Please enter your name here