ଭୁବନେଶ୍ୱର,(ନି.ପ୍ର): କରୋନାରେ ପୀଡିତ ଥିବା ଚାରି ଜଣ ଅଫିସର ଛୁଟିରେ ଥିବାବେଳେ ତାଙ୍କ ସ୍ଥାନରେ ଚାରି ଜଣ ଅଫିସରଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଥିବା ଶୁକ୍ରବାର କମିଶନରେଟ୍ ପୋଲିସ ପକ୍ଷରୁ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

ଜୋନ୍-୧ ଏସିପି ମାନସ ଗଡନାୟକ କରୋନାରେ ପୀଡିତ ଥିବାରୁ ତାଙ୍କ ସ୍ଥାନରେ ଆଇବି ବିଭାଗର ଏସିପି ରଜତ୍ କୁମାର ରାୟଙ୍କୁ ଅବସ୍ଥାପିତ କରାଯାଇଛି । ସେ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ । ସେହିପରି ଜୋନ୍-୪ ଏସିପି ରବିନ୍ଦ୍ରନାଥ ଶତପଥିଙ୍କ ସ୍ଥାନ ପୂରଣ ପାଇଁ ଲାଇସେନ୍ସିଂ ସେଲ୍ର ଏସିପି ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ କମିଶନରେଟ୍ ପୋଲିସର ଅଭିଯୋଗ ସେଲର ଦାୟିତ୍ୱ ପିଆରଓ ଏସିପି ଶିଶିର ମିଶ୍ରଙ୍କୁ ଦିଆଯାଇଥିବାବେଳେ ଲାଇସେନ୍ସିଂ ଦାୟିତ୍ୱ ଦିଆଯାଇଛି ଏସିପି ଅନିରୁଧ ରାଉତରାୟଙ୍କୁ । କରୋନାରୁ ଆରୋଗ୍ୟ ଲାଭ କରି କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ଏହି ଅଫିସର ମାନେ ଅସ୍ଥାୟୀ ଭାବେ ଦାୟିତ୍ୱ ତୁଲାଇବେ ବୋଲି ପ୍ରେସ ବିବୃତ୍ତିରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here