ଭୁବନେଶ୍ୱର,(ନି.ପ୍ର): ନବମ ଶ୍ରେଣୀ ଛାତ୍ର ଅଶ୍ୱିନୀ ପାଢୀ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଗୁରୁବାର ଦିନ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଥାନା ନିକଟସ୍ଥ ଭରତପୁରର ପପୁ ଦାସ, ଦାସ ପ୍ରଧାନ, ଶିବ ଦାସ ଓ ରାଜେନ ଦାସ । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଅନ୍ୟ ପଟେ ମୁଖ୍ୟ ଅଭିଯୁକ୍ତ ରିଙ୍କୁ ମହାରଣା ଓରଫ ଫରେନ ସମେତ ତା’ର ପାଞ୍ଚ ରୁ ଅଧିକ ସହଯୋଗୀ ଫେରାର ଥିବାରୁ ତାକୁ ଧରିବା ପାଇଁ ଖଣ୍ଡଗିରି ଥାନା ପୋଲିସ ଚଢ଼ଉ ଜାରି ରଖିଛି ।

କ୍ଳବ ବିବାଦକୁ କେନ୍ଦ୍ରକରି ଗତ ୨ ତାରିଖ ଦିନ ଅଭିଯୁକ୍ତମାନେ ଅଶ୍ୱିନୀଙ୍କୁ ଗୋଡେଇ ଗୋଡେଇ ଭୂଜାଲିରେ ହାଣି ଗୁରୁତର କରିଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିସôିତ ହେଉଥିବା ଅଶ୍ୱିନୀଙ୍କ ମୃତୁ୍ୟ ଘଟିଥିଲା । ଅଶ୍ୱିନୀ ବାପା ମା’ଙ୍କ ଗୋଟିଏ ପୁତ୍ର ହୋଇଥିବାରୁ ଏହାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ଅଶ୍ୱିନୀଙ୍କ ବାପା କେଉଁ ଆଡେ ଚାଲି ଯାଇଥିବାରୁ ମା’ଙ୍କ ସହ ସେ ଭରତପୁରରେ ରହୁଥିଲା । ପୁଅକୁ ହରାଇବା ପରେ ମା’ଙ୍କ କୋହଭରା କାନ୍ଦଣା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି ।

LEAVE A REPLY

Please enter your comment!
Please enter your name here