ଭୁବନେଶ୍ୱର,(ନି.ପ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜନୈକ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଶହୀଦନଗର ଥାନା ପୋଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫମାନେ ହେଲେ କେଶୁରାର ମନୋଜ ସାହୁ(୩୦) ଓ ସରୋଜ ସାହୁ(୨୫) । ସେମାନଙ୍କ ଜାମିନ୍ ଖାରଜ ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଦୁଇ ଭାଇ ମନୋଜ ଓ ସରୋଜଙ୍କର କେଶୁରାରେ ଏକ ହୋଟେଲ୍ ରହିଛି । ସେହି ଅଞ୍ଚଳର ଗୌରବ ସ୍ୱାଇଁ ନାମକ ଏକ ଯୁବକ ପାଠପଢା ସାରି ଗାଁରେ ବୁଲାବୁଲି କରେ । ତେବେ କୌଣସି କାରଣକୁ କେନ୍ଦ୍ରକରି ଗୌରବ ସହ ମନୋଜ ଓ ସରୋଜଙ୍କ ମଧ୍ୟରେ ରାଗ ରହିଥିଲା । ମଝିରେ ମଝିରେ ସୋମନଙ୍କ ମଧ୍ୟରେ ବଚସା ମଧ୍ୟ ହେଉଥିଲା ।

ଗତ ୬ ତାରିଖ ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇ ଗୌରବଙ୍କୁ ଆକ୍ରମଣ କରିଥିଲେ । ଖବରପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚô ଆହତ ଗୌରବଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲା । ପରେ ଗୌରବଙ୍କ ଅଭିଯୋଗକ୍ରମେ ପୋଲିସ ସୋମବାର ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here