ବାସୁଦେବପୁର : ବାସୁଦେବପୁର ପୌରପାଳିକାର ବ୍ଲକର ରୋଡରେ ମହାବୀର ଜୁଏଲୋର୍ସ ଭିତରୁ ସ୍ପଷ୍ଟ ଦିବାଲୋକରେ ବ୍ୟାଗରେ ଥିବା ଦେଢ କିଲୋ ରୂପା ଲୁଟେରା ଲୁଟିନେଲା । ବାସୁଦେବପୁର ଥାନାରେ ଏତାଲା ଦେଇଛନ୍ତି । ମହାବୀର ଜୁଏଲୋର୍ସର ମାଲିକ ସୌମ୍ୟରଞ୍ଜନ ସାହୁ ଆଜି ଦୋକାନ ଖୋଲି ସଫା କରିବାରେ ପିଇବା ପାଣି ପାଇଁ ନିକଟସ୍ଥ ନଳକୂପ ଅଣିିବାକୁ ଯାଇଥିଲେ । ଆସି ଦୋକାନରେ ଧୂପ ଦେଇ କାମରେ ଲାଗିଥିଲେ । ପ୍ରାୟ ଅଧ ଘଣ୍ଟାଏ ପରେ ସୌମ୍ୟ ବ୍ୟାଗ ଖୋଜିବାରୁ ବ୍ୟାଗ ପାଇନଥିଲେ ।

ଶେଷରେ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ ଦେଖିବାରୁ କେହି ଜଣେ ଲୁଟେରା ଦୋକାନୀର ଅନୁପସ୍ଥିତରେ ବ୍ୟାଗ ନେଇ ଚମ୍ପଟ ମାରିଛି । ଲୁଟେରା ଜଣକ ଜଣେ ପ୍ରଫେସନାଲ୍‍ ଲୁଟେରା ବୋଲି କାର୍ଯ୍ୟକଳାପରୁ ଅନୁମାନ କରାଯାଉଛି । ସେ ଦୀର୍ଘ ସମୟ ଧରି କୋନୀର କାର୍ଯ୍ୟକୁ ଫଲୋକରି ଶେଷରେ ବ୍ୟାଗ ଉଠାଇ ନେଇଛି । ସ୍ପଷ୍ଟ ଦିବା ଲୋକରେ ଦୋକାନ ମଧ୍ୟରୁ ଲୁଟ୍‍ କରିବା ବାସୁଦେବପୁରର ଏହା ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି । ଏସମ୍ପର୍କରେ ସୌମ୍ୟ ରଞ୍ଜନ ସାହୁ ବାସୁଦେବପୁର ଥାନାରେ ଲିଖିତ ଏତାଲା ଦେଇଛନ୍ତି । ବାସୁଦେବପୁର ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here