ବାରିପଦା  : ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୨୦୮କୁ ଛୁଇଁଛି । ଅପରପକ୍ଷରେ ଜିଲ୍ଲାରେ କରୋନା ସଂଖ୍ୟା ବୃଦ୍ଧି ପାଉଥିବାକୁ ନଜରରେ ରଖି ଶନିବାର ଓ ରବିବାର ମୟୂରଭଞ୍ଜ ଜିଲ୍ଲାକୁ ସଟ୍ଟାଉନ୍ ଘୋଷଣା କରିଛନ୍ତି ରାଜ୍ୟସରକାର ।

ମିଳିଥିବା ସୂଚନା ଅନୁଯାୟୀ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଚିହ୍ନଟ ହୋଇଥିବା ୭ଜଣ କରୋନା ଆକ୍ରାନ୍ତ ସାରସକଣା ଓ କରଞ୍ଜିଆ ବ୍ଲକରୁ ୩ଜଣ ଲେଖାଏଁ ଏବଂ ଗୋପବନ୍ଧୁନଗର ବ୍ଲକରୁ ଜଣେ ଚିହ୍ନଟ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାସ ସୁଦ୍ଧା ୨୦୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬୨ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here