ବାରିପଦା  : ଚାହୁଁ ଚାହୁଁ ମୟୂରଭଞ୍ଜ ଜିଲ୍ଲାରେ କରୋନା ଦୃତ ସଂଖ୍ୟାରେ ମାଡି ୨ଶହକୁ ଛୁଇଁଛି । ସୋମବାର ମୟୂରଭଞ୍ଜରେ ନୂଆ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାରେ କରୋନା ସଂଖ୍ୟା ୨୦୧ରେ ପହଁଞ୍ଚିଛି । ବାଙ୍ଗିରିପୋଷି ବ୍ଲକରେ ଦୁଇଜଣ ଏବଂ ବିଜାତଳା, ଶୁକୃଳି ଓ ବଡସାହି ବ୍ଲକରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୪ଜଣ କରୋନା ଆକ୍ରାନ୍ତ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ସେମାନେ ତେଲଙ୍ଗାନା ଓ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବଡସାହି ବ୍ଲକର ଚିହ୍ନଟ କରୋନା ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି । ବର୍ତ୍ତମାସ ସୁଦ୍ଧା ୨୦୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬୧ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here