ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ତତ୍ୱାବଧାନରେ ପ୍ରସାଶନିକ ଜିଲ୍ଲାସ୍ତରୀୟ ଟିମ ବାରିପଦା ବାଙ୍କିଶୋଳ ସ୍ଥିତ କୋଭିଡ୍ ହସପିଟାଲ ଓ ଲକ୍ଷ୍ମୀପୋଷୀ ସ୍ଥିତ ଅନ୍ୱେଷା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି କୋଭିଡ ଚିକିତ୍ସା ପରିଚାଳନା ତଥା ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହିତ ହସପିଟାଲ ବୁଲି ସମସ୍ତ ପରିଚାଳନା କାର୍ଯ୍ୟଧାରା ନିରିକ୍ଷଣ କରିଥିଲେ ।

ଏହି ଟିମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିବେକାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ରୂପଭାନୁ ମିଶ୍ର, ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ଡେପୁଟି କଲେକ୍ଟର ତଥା ଜିଲ୍ଲାଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସାମିଲଥିଲେ ।

କୋଭିଡ୍ ଚିକିତ୍ସା ପରିଚାଳନା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ହସପିଟାଲ କୋଭିଡ୍ କେୟାର କେନ୍ଦ୍ର ବୁଲି ସମସ୍ତ ପରିଚାଳନା କାର୍ଯ୍ୟର ନିରୀକ୍ଷଣ କରିଥିଲେ । ଏଥିସହିତ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ କୋଭିଡ ହସପିଟାଲର ଚିକିତ୍ସାଧୀନ ଅନ୍ତେବାସୀ ମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହିତ ସେମାନଙ୍କର ମନୋବଳ ବୃଦ୍ଧି କରିବାପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ମାନବିକତାର ସହିତ ସେମାନଙ୍କୁ ସେବା ଯୋଗାଇଦେବା ପାଇଁ ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁୁ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ କାଳରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ତଥା ବାଙ୍କିଶୋଳ କିମ୍ସ କୋଭିଡ ହସପିଟାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ତଥା ଭାରପ୍ରାପ୍ତ ଅଧିକାରୀ କିମସ କୋଭିଡ ହସପିଟାଲ ବାଙ୍କିଶୋଳ, କୋରୋନା ସଂଯୋଜକ ତଥା ଅନ୍ୱେଷାର ନୋଡାଲ ଅଫିସର, ବାରିପଦା ବିଇଓ ତଥା କରୋନା କେୟାର ସେଣ୍ଟରର ଫୁଡ ଇନ୍ଚାର୍ଯ, ସମସ୍ତ ସିଆରସିସି, ହସପିଟାଲ ମ୍ୟାନେଜର ତଥା ଅନ୍ୱେଷା କୋଭିଡ୍ କେୟାର ସେଣ୍ଟରର ଇନ୍ଚାର୍ଯ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here