ଗୋଟିଏ କଲେଜକୁ ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳ ଙ୍କ ଗାଡିକୁ ଛାତ୍ର ଓ ଅଭିଭାବକ ମାନେ ଅଟକ ରଖିବାରୁ ଘଟଣାସ୍ଥଳ ରେ ଉତେଜନା ପ୍ରକାଶ ପାଇଥିଲା । ମିଳିଥିବା ସୂଚନା  ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ରମାନଙ୍କ ବୃତି ଟଙ୍କା, କଲେଜ କର୍ମଚାରୀ ମାନଙ୍କ ବକେୟା ଦରମା ଟଙ୍କା ଓ କଲେଜ ଉନ୍ନତିକରଣ ପାଇଁ ଆସିଥିବା ଟଙ୍କା କୁ ମହାବିଦ୍ୟାଳୟ ର ଯୁକ୍ତ ୩ ଅଧ୍ୟକ୍ଷ ଆତ୍ମସାତ କରିଥିବା ର ଅଭିଯୋଗ ହୋଇଥିଲା ।

ତେଣୁ ଏହି ଘଟଣା କୁ ନେଇ ମଙ୍ଗଳବାର ଦିନ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ତଦନ୍ତ କରିବାକୁ କଲେଜକୁ ଯାଇଥିଲେ ଏବଂ ତଦନ୍ତ ସାରି ଫେରୁଥିବା ସମୟରେ କିଛି କଲେଜ ଛାତ୍ର ଓ ଅଭିଭାବକ ମାନେ ଉପଜିଲ୍ଲାପାଳ ଙ୍କ ଗାଡିକୁ ପାଖାପାଖି ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଅଟକ ରଖିଥିଲେ ।

ତେବେ ଉପଜିଲ୍ଲାପାଳ କଣ ତଦନ୍ତ କରିଲେ ତାହା ସର୍ବସାଧାରଣଙ୍କ ସମୁଖ ରେ ଜଣାଇବା ପାଇଁ କଲେଜ ଛାତ୍ର ଓ ତାଙ୍କ ଅଭିଭାବକ ମାନେ ଦାବି କରିବା ସହ ଉପଜିଲ୍ଲାପାଳ ଙ୍କ ଗାଡି ସମ୍ମୁଖରେ ସୋଇରହି ତାଙ୍କୁ ଛାଡିନଥିଲେ । ଉକ୍ତ ଘଟଣା ସମ୍ପର୍କରେ ଖବର ପାଇବା ପରେ ଉଦଳା ପୋଲିସ ଘଟଣା ସ୍ଥଳରେ ପହଁଚି ଜଣେ ଛାତ୍ର ଓ ଅଭିଭାବକ ଙ୍କୁ ଉଠାଇ ଆଣିଥିଲେ । ତେବେ ଏ ସମ୍ପର୍କରେ ରେ ଛାତ୍ର କିମ୍ବା ଉପଜିଲ୍ଲାପାଳ ଙ୍କ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here