ବାରିପଦା  : ୟୁନିଭାର୍ସାଲ୍ ଏଜୁକେଶନ୍ ପଏଣ୍ଟ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ କରୋନା ଯୋଦ୍ଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ସହକାରୀ କୃଷି ନିଦେ୍ର୍ଦଶକ ଡଃ ମନୋଜ କୁମାର ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ଶିକ୍ଷକଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସମରେନ୍ଦ୍ର କୁମାର ବଶା ଓ କୃତୀଶିକ୍ଷକ ଅମିତାଭ ମିଶ୍ର ଯୋଗଦେଇ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶିକ୍ଷକ ଅମିତାଭ ମିଶ୍ର, ଶିକ୍ଷୟିତ୍ରୀ ମାଧବୀ ସାନ୍ତ୍ରା, ପ୍ରିୟଙ୍କା ମହାପାତ୍ର, ପୂଜା ଦାସ, ଉପାସନା ମହାପାତ୍ର, ସ୍ମୃତିପ୍ରଭା କର, ମାନସ ବାରିକ୍, ସ୍ୱର୍ଣ୍ଣପ୍ରଭା ଧଳ, ସିମିରନ୍ ପୃଷ୍ଟି, ପ୍ରିୟଙ୍କା ଚାଟ୍ଟାର୍ଜୀ, ତନୁଶ୍ରୀ ପାଣ୍ଡେ ଓ ସୁଭଦ୍ରା ମଣ୍ଡଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଅନୁଷ୍ଠାନର ସମ୍ପାଦିକା ଅନୀତା ବଶା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here