ବାରିପଦା  : ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନ୍ ବାରିପଦା ପିଏ,ଆଇଟିଡିଏର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡମାରିବା ଘଟଣା ଭିନ୍ନମୋଡ ନେଇଛି । ଆହତ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀଜେନାଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନ ପୋଲିସ ବିଧାୟକ ପ୍ରକାଶ ସୋରେନ୍ ଓ ତାଙ୍କ ଦୁଇସହଯୋଗୀ ପ୍ରବୀଣ ପାତ୍ର ଓ ପ୍ରଶାନ୍ତ ବେହେରାଙ୍କୁ ଥାନାରେ ଆଣି ଅଟକ ରଖିବାପରେ ବିଜେପିଦଳ ରାଜରାସ୍ତାକୁ ଓହ୍ଲାଇ ଆସିଛି । ବିଜେପି ପକ୍ଷରୁ ବିଜେପି ବିଧାୟକ ଓ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଛାଡିଦେବା ଦାବିରେ ଦଳପକ୍ଷରୁ ବାରିପଦା ଟାଉନଥାନାକୁ ଘେରାଉ କରାଯିବାସହ ଥାନା ସମ୍ମୁଖ ରାସ୍ତାକୁ ଦୀର୍ଘଘଣ୍ଟା ଧରି ଅବରୋଧ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

ଏନେଇ ସାରା ବାରିପଦା ସହର ତାତି ଉଠିଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ବିଧାୟକ ଶ୍ରୀସୋରେନ୍ଙ୍କ ନିକଟରେ ଦଳୀୟକର୍ମୀ ଓ ଜନସାଧାରଣମାନେ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀଜେନା ଠିକ୍ ଭାବରେ କାର୍ଯ୍ୟ ତୁଲାଉନଥିବାରୁ ଅଭିଯୋଗ କରିଥିଲେ । ଏନେଇ ବିଧାୟକ ଶ୍ରୀସୋରେନ୍ ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ବାରିପଦା ସର୍କିଟ୍ହାଉସକୁ ଡକାଇ କ’ଣ ପାଇଁ କାର୍ଯ୍ୟ ଠିକ୍ ଭାବରେ ତୁଲାଉନାହଁ ଏବଂ ବିଧାୟକପାଣ୍ଠି କାର୍ଯ୍ୟରେ ନୂଆ କାର୍ଯ୍ୟକ୍ରମକୁ ସଠିକ୍ ଭାବରେ ପରିଚାଳନା କରୁନଥିବାରୁ ଯନ୍ତ୍ରୀଙ୍କୁ ତାଗିଦ୍ କରିଥିଲେ । ଅନ୍ୟପକ୍ଷରେ ଅଭିଯୋଗ ହୋଇଛି ଯେ, କଥାବାର୍ତ୍ତା ଚାଲିଥିବାବେଳେ ବିଧାୟକ ଶ୍ରୀସୋରେନ୍ ଓ ତାଙ୍କ ସହଯୋଗୀମାନେ ନିର୍ବାହୀ ସହକାରୀଯନ୍ତ୍ରୀ ଶ୍ରୀଜେନାଙ୍କୁ ପ୍ରବଳମାଡ ମାରିଥିଲେ ।

ପରେପରେ ନିର୍ବାହୀ ସହକାରୀଯନ୍ତ୍ରୀ ଜଣଙ୍କ ପିଆରଏମ ମେଡିକାଲ କଲେଜରେ ଚିକିସôାପାଇଁ ଭର୍ତ୍ତି ହୋଇଥିଲେ । ଏହି ଘଟଣାକୁ ନେଇ ବିଧାୟକ ଓ ଯନ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀଜେନା ଏନେଇ ଟାଉନ୍ଥାନାରେ ବିଧାୟକ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମାଡମାରିଥିବା ଅଭିଯୋଗ କରିବାପରେ ଥାନାରେ ଏକ ମାମଲା ରୁଜୁ ହେବାସହ ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଥାନାକୁ ଉଠାଇଆଣିଥିଲେ । ଅନ୍ୟପକ୍ଷରେ ବିଧାୟକ ଶ୍ରୀସୋରେନ୍ ଯନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିବାସହ ଯନ୍ତ୍ରୀଜଣଙ୍କ ଜଣେ ସୁପରମିଛୁଆ ବୋଲି ଆଖ୍ୟା ପ୍ରଦାନ କରିଥିଲେ । ଅପରପକ୍ଷରେ ଉକ୍ତ ଘଟଣାକୁ ନେଇ ସାରାସହରରେ ରାଜନୈତିକ ଉସ୍ମ ବାତାବରଣ ସୃଷ୍ଟି ହୋଇଛି । ବିଜେପିକର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଥିବାଦେଖି ବିରୋଧୀଦଳର ଉପନେତା ବିଷ୍ଣୁ ସେଠୀ ବାରିପଦାରେ ପହଞ୍ଚି ବିଜେପି କର୍ମୀମାନଙ୍କ ସହ ଆଲୋଚନାଜାରୀ ରଖିଥିବା ଜଣାଯାଇଛି । ରିପୋର୍ଟ ଲେଖା ହେବା ସୁଧା ବିଧାୟକ ଥାନାରେ ଅଟକ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here